ଜିନ୍ସ ହେଲା କାଳ : ୱେଷ୍ଟର୍ଣ୍ଣ ପୋଷାକ ପିନ୍ଧିବାରୁ ନାବାଳିକାକୁ ହତ୍ୟା; ଦାଦା, ଜେଜେ ଗିରଫ

188

କନକ ବ୍ୟୁରୋ :  ଜିନ୍ସ ପିନ୍ଧିବାରୁ ହତ୍ୟା । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ଦେଓରା ଇଲାକାରେ । ଜିନ୍ସ ପିନ୍ଧାକୁ ନେଇ ୧୭ ବର୍ଷ ଝିଅକୁ ହତ୍ୟା କଲେ ଜେଜେ ଓ ଦାଦା । ମୃତଦେହକୁ ଏକ ପୋଲ ତଳକୁ ଫୋଡାଇଦେଇଥିଲେ । ହେଲେ ମୃତଦେହ ତଳେ ନପଡି ପୋଲ ବାଡାରେ ଅଟକି ରହିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ଏହି ଘଟଣା ପଦାକୁ ଆସିଥିଲା । ତା ପରେ ଆରମ୍ଭ ହୋଇଥିଲା ଖୋଳତାଡ ।

ପୋଲିସ ସୂଚନା ମୁତାବକ, ମୃତ ନାବାଳିକା କିଛି ବର୍ଷ ହେବ ଦେଓରାରୁ ଆସି ଲୁଧିଆନାରେ ରହୁଥିଲେ । ସେଠାରେ ସେ ସହରି ଢାଂଚାରେ ଟପ୍ସ ଓ ଜିନ୍ସ ପୋଷାକ ପିନ୍ଧୁଥିଲା । ହେଲେ ଗାଁକୁ ଯାଇଥିବାବେଳେ ଏହାକୁ ବିରୋଧ କରିଥିଲେ ଜେଜେ ବାପା ଓ ଦାଦା । ହେଲେ ତାଙ୍କ କଥା ଶୁଣନଥିଲା ନାବାଳିକା । ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ଏଥିରେ ଉତ୍ୟେକ୍ତ ଦାଦା ଓ ଜେଜେ ନାବାଳିକାଙ୍କ ମୁଣ୍ଡକୁ କାନ୍ଥରେ ପିଟିଦେଇଥିଲେ । ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ବଦଳରେ ତାଙ୍କୁ ଦୀର୍ଘ ସମୟ ଧରି ଘରେ ପକାଇ ରଖିଥିଲେ । ଫଳରେ ନାବାଳିକାର ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।