କନକ ବ୍ୟୁରୋ : ଜିନ୍ସ ପିନ୍ଧିବାରୁ ହତ୍ୟା । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ଦେଓରା ଇଲାକାରେ । ଜିନ୍ସ ପିନ୍ଧାକୁ ନେଇ ୧୭ ବର୍ଷ ଝିଅକୁ ହତ୍ୟା କଲେ ଜେଜେ ଓ ଦାଦା । ମୃତଦେହକୁ ଏକ ପୋଲ ତଳକୁ ଫୋଡାଇଦେଇଥିଲେ । ହେଲେ ମୃତଦେହ ତଳେ ନପଡି ପୋଲ ବାଡାରେ ଅଟକି ରହିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ଏହି ଘଟଣା ପଦାକୁ ଆସିଥିଲା । ତା ପରେ ଆରମ୍ଭ ହୋଇଥିଲା ଖୋଳତାଡ ।
ପୋଲିସ ସୂଚନା ମୁତାବକ, ମୃତ ନାବାଳିକା କିଛି ବର୍ଷ ହେବ ଦେଓରାରୁ ଆସି ଲୁଧିଆନାରେ ରହୁଥିଲେ । ସେଠାରେ ସେ ସହରି ଢାଂଚାରେ ଟପ୍ସ ଓ ଜିନ୍ସ ପୋଷାକ ପିନ୍ଧୁଥିଲା । ହେଲେ ଗାଁକୁ ଯାଇଥିବାବେଳେ ଏହାକୁ ବିରୋଧ କରିଥିଲେ ଜେଜେ ବାପା ଓ ଦାଦା । ହେଲେ ତାଙ୍କ କଥା ଶୁଣନଥିଲା ନାବାଳିକା । ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ଏଥିରେ ଉତ୍ୟେକ୍ତ ଦାଦା ଓ ଜେଜେ ନାବାଳିକାଙ୍କ ମୁଣ୍ଡକୁ କାନ୍ଥରେ ପିଟିଦେଇଥିଲେ । ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ବଦଳରେ ତାଙ୍କୁ ଦୀର୍ଘ ସମୟ ଧରି ଘରେ ପକାଇ ରଖିଥିଲେ । ଫଳରେ ନାବାଳିକାର ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Dead-Body-Of-Man-Motorcycle-Recovered-From-Well-In-Angul.jpg)