କନକ ବ୍ୟୁରୋ: ସିସିଟିଭିରେ କଏଦ ହେଲା ହତ୍ୟାକାରୀର ନାଚ । ଜଘନ୍ୟ କାଣ୍ଡ ଭିଆଇବା ପରେ ଶବ ପାଖରେ ନାଚିଲା ହତ୍ୟାକାରୀ । ଆଉ ଏହି ସବୁ ଘଟଣା ରେକର୍ଡ ହୋଇଛି ସିସିଟିଭିରେ । ବଡ଼ କଥା ହେଉଛି ମାତ୍ର ୩୫୦ଟଙ୍କା ପାଇଁ ଏପରି ନିର୍ମମ ଭାବେ ଜଣେ ନାବାଳକ ଆଉ ଜଣେ ନାବାଳକକୁ ହତ୍ୟା କରିଛି । ଉତର-ପୂର୍ବ ଦିଲ୍ଲୀର ଜନତା ମଜଦୁର କଲୋନୀରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି ।

Advertisment

ସୂଚନା ଅନୁସାରେ, ୩୫୦ ଟଙ୍କା ଚୋରି କରିବାକୁ ୧୭ବର୍ଷୀୟ ଜଣେ ନାବାଳକଙ୍କୁ ୬୦ଥର ଛୁରା ଭୁଷିଛି ୧୬ବର୍ଷୀୟ ଅଭିଯୁକ୍ତ । ମଙ୍ଗଳବାର ରାତି ପ୍ରାୟ ୧୧ଟା ୧୫ମିନିଟ୍ ସମୟରେ ଏହି ଘଟଣା ଘଟିଛି । ୩୫୦ଟଙ୍କା ଚୋରି କରିବା ପରେ ନିର୍ମମ ଭାବେ ୬୦ ଥର ଛୁରା ଭୁଷିଛି ଅଭିଯୁକ୍ତ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ପୀଡିତ ନାବାଳିକକୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସ ଅପରାଧ ସ୍ୱିକାର କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ବେଳେ ଅଭିଯୁକ୍ତ ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ୨୦୨୨ର ଏକ ହତ୍ୟାକାଣ୍ଡରେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି । ୨୦୨୨ର ହତ୍ୟାକାଣ୍ଡ ମଧ୍ୟ ଚୋରିକୁ ନେଇ ହୋଇଥିବା ପୁଲିସ କହିଛି ।