ନିଜ ମାଆଙ୍କୁ ଛାଞ୍ଚୁଣିରେ ପିଟିଥିବାର ଭିଡିଓ ଭାଇରାଲ୍ ହେବା ପରେ ଶନିବାର ଦିନ ଜେପି ନଗର ପୁଲିସ ନିଜ ତରଫରୁ ଜଣେ ୧୭ ବର୍ଷିୟ ବାଳକ ବିରୋଧରେ ମାମଲା ରୁଜୁ କରିଛି। ଭବିଷ୍ୟତରେ କଦାପି ଏହାର ପୁନରାବୃତି ହେବ ନାହିଁ ବୋଲି ପୁଲିସ ତା’ ନିକଟରୁ ଅଙ୍ଗୀକାରପତ୍ର ଲେଖାଇ ନେବା ପୂର୍ବରୁ ବାଳକଟି ନିଜର ଭୁଲ୍ ବୁଝିପାରି ନିଜ ମାଆଙ୍କୁ କ୍ଷମାଭିକ୍ଷା କରିଥିଲା। ଶନିବାର ସକାଳେ ଉକ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ଉଠାଇଥିଲା। ଏହାକୁ ଉତ୍ତୋଳନ କରିଥିବା ସେ ବାଳକର ବଡ଼ ଭଉଣୀ ତାକୁ କହିଥିଲେ: ତୋର ଯାହା ଇଚ୍ଛା ତାହା କର, ମୁଁ ତତେ ପାନେ ଚଖେଇ ଛାଡ଼ିବି। ମାଆ ପଡ଼ୋଶୀଙ୍କ ଆଗରେ ତାକୁ ଗାଳିମନ୍ଦ କରିବାରୁ ପିଲାଟି ରାଗି ଯାଇଥିଲା। ପୁଅର ଜୀବନ ପ୍ରତି ନିଘା ନାହିଁ ଏବଂ ଭଲ ପଢ଼ାପଢ଼ି କରୁନାହିଁ ବୋଲି ତା’ର ମାଆ ନିକଟ ଅତୀତରେ ପଡ଼ୋଶୀମାନଙ୍କୁ କହିଥିଲେ।
ଭିଡିଓରେ ଦେଖାଯାଉଛି- ମାଆ ସୋଫାରେ ବସିଛନ୍ତି ଏବଂ ପୁଅ ଡାହାଣ ହାତରେ ଛାଞ୍ଚୁଣି ଧରି ତାଙ୍କ ସାମ୍ନାରେ ଠିଆ ହୋଇଛି। ସେ କାହିଁକି ତାକୁ ଗାଳିମନ୍ଦ ଦେଉଛନ୍ତି ବୋଲି ପୁଅ ପ୍ରଥମେ ଅଭିଯୋଗ କରୁଛି। ପଡ଼ୋଶୀଙ୍କ ଆଗରେ ତା’ କଥା କିଛି ଆଲୋଚନ ନ କରିବାକୁ ସେ ତାଙ୍କୁ ଯୋର୍ ଦେଇ କହୁଛି। ତା’ପରେ ଧମକ ଦେଇ ସେ ତାଙ୍କୁ ଛାଞ୍ଚୁଣିରେ ପିଟିବା ସହ କହୁଛି, ଯଦି ତୁ ଏଭଳି କହିବୁ, ମୁଁ ମଧ୍ୟ ଏଭଳି ମାରିବି। ୫୦ ଟପିଥିବା ସେ ମହିଳାଜଣକ ପୁଅ ଠାରୁ ମାଡ଼ ଖାଇ ଯନ୍ତ୍ରଣାରେ ଚିତ୍କାର କରୁଥିବା ଦେଖାଯାଉଛି। ଭଉଣୀ ତାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ସେ ତାକୁ ଚୁପ୍ ରହିବାକୁ କହୁଛି। ମାଆ ଯଦି ପୁଲିସରେ ଦିଏ ବି ସେ ଡରିବ ନାହିଁ ବୋଲି କହୁଛି। ଏଥିରେ ନ ପଶିବାକୁ ମାଆ ଝିଅକୁ କହୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/broom-587x430.jpg)