କନକ ବ୍ୟୁରୋ : ଧରାପଡିଛି ଏହି ଖୁନୀ ଖେଳ ବ୍ଲୁ ହ୍ୱେଲ୍ ଚ୍ୟାଲେଂଜର ମାଷ୍ଟରମାଇଣ୍ଡ । ଋଷିଆର ଜଣେ ୧୭ ବର୍ଷୀୟ ଯୁବତୀଙ୍କୁ ଏହି ଖେଳର ମାଷ୍ଟର୍ ଅଭିଯୋଗରେ ଗିରଫ କରିଛି ପୁଲିସ୍ । ଟାଇମ୍ସ ନାଓରେ ପ୍ରକାଶିତ ଖବର ଅନୁସାରେ, ଯୁବତୀ ଜଣକ ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ନାଁରେ ଅନେକ ହ୍ୱାଟସଗ୍ରୁପ୍ ଚଳାଉଥିବା ଅଭିଯୋଗ ହୋଇଛି । ଏପରିକି ଯଦି କେହି ଏହି ଖେଳକୁ ଅଧାରୁ ଛାଡିବାକୁ କହେ ତେବେ ସେହି ଖେଳାଳୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାରିବାର ଧମକ ଦେଉଥିବା ମଧ୍ୟ କହିଛି ପୁଲିସ୍ । ଏହା ସହ ଯୁବତୀଙ୍କ ଘରୁ ଏହି ଖେଳର ଇନଭେନଟର୍ ଫିଲିପର ଫଟୋ ମଧ୍ୟ ଜବତ କରିଛି ପୁଲିସ୍ । ଏହି ଖେଳରେ ବର୍ତ୍ତମାନ ସୁଦ୍ଧା ଋଷିଆର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି ।

Advertisment

blue-whale-death-madurai_650x400_71504149396ଅନ୍ୟପଟେ ଭାରତରେ କାୟା ବିସ୍ତାର କରିଚାଲିଛି ଏହି ଭୟଙ୍କର ଖେଳ ‘ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍’ । ଧୀରେ ଧୀରେ କରି ଦେଶର ସମସ୍ତ ରାଜ୍ୟକୁ ଗ୍ରାସ କରିସାରିଲାଣି ଏହି ଭୟଙ୍କର ଖେଳ । ଏହି ଖେଳ ପ୍ରଭାବରେ ଆଜି ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ତାମିଲନାଡୁର ଜଣେ ୧୯ ବର୍ଷୀୟ ଛାତ୍ର ଭିଗନେଶ୍ ଏହି ଭୟଙ୍କର ଖେଳରେ ନିଜର ଜୀବନ ହରାଇଛନ୍ତି । ପୁଲିସ୍ ତଦନ୍ତରୁ ଭିଗନେଶଙ୍କ ଘରୁ ଏକ ନୋଟ୍ ମିଳିଥିଲା । ଯେଉଁଥିରେ ଲେଖାଯାଇଛି ‘ବ୍ଲୁ ହ୍ୱେଲ୍ ଏକ ଖେଳ ନୁହେଁ ଏହା ଏକ ବିପଦ । ଯେଉଁଥିରେ ଥରେ ପସିଲେ ବାହାରିବା ଅସମ୍ଭବ । ଏହା ସହ ତାଙ୍କ ମୋବାଇଲରୁ ଏକ ହ୍ୱାଟସଆପ୍ ଗ୍ରୁପର ଚାଟ୍ ମିଳିଛି ପୁଲିସକୁ  । ଏହି ଗ୍ରୁପରେ ଥିବା ସମସ୍ତ ୭୫ ଜଣ ମେମ୍ବର ବ୍ଲୁ ହ୍ୱେଲ୍ ଖେଳୁଥିବା ସନ୍ଦେହ ପ୍ରକାଶ କରିଛି ପୁଲିସ୍ ।

manpreetଏହି ଖେଳରେ ସର୍ବପ୍ରଥମେ ମୁମ୍ବାଇର ୧୪ବର୍ଷୀୟ ବାଳକ ମନପ୍ରିତ୍ ସାହାନ୍ସ ଏହି ଖେଳର ବସବର୍ତ୍ତୀ ହୋଇ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେହିପରି ଏହି ଗେମର କାରଣରୁ ଇନ୍ଦୋରର ଜଣେ ଛାତ୍ର ନିଜର ସ୍କୁଲର ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ କିଛି ଛାତ୍ର ତାଙ୍କୁ ଅଟକାଇ ଜୀବନ ବଂଚାଇଛନ୍ତି ।

ଏଏସପି ରୁପେଶ କୁମାର ଦ୍ୱିବେଦୀଙ୍କ କହିବାନୁସାରେ , ରାଜେନ୍ଦ୍ର ନଗର ଅଂଚଳର ଚମେଲି ଦେବୀ ପବ୍ଲିକ୍ ସ୍କୁଲ୍ ରେ ୭ମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟ ଛାତ୍ର ତିନି ମହଲର କୋଠାର ରେଲିଂ ଭାଂଗି ତଳକୁ ଡେଇଁବାକୁ ଚେଷ୍ଟା କରୁଥିଲେ । ତାଙ୍କର ସାଥୀ ମାନେ ତାଙ୍କୁ ଧରି ଉପରକୁ ଟାଣିଥିଲେ । ଏହାସହ ଅଧ୍ୟାପକଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ପରେ ପୁଲିସକୁ ଏହାର ସୂଚନା ଦିଆଯାଇଥିଲା ।

ଏହା ଭିତରେ ଚମେଲି ଦେବୀ ପବ୍ଲିକ୍ ସ୍କୁଲର ପ୍ରିନ୍ସପାଲ ସଂଗୀତା ପୋଦ୍ଦାର କହିଛନ୍ତି ସକାଳେ ସ୍କୁଲର ଦୈନିକ ସଭା ସରିବା ପରେ ସବୁ ପିଲାଙ୍କ ପରି ସେହି ଛାତ୍ର ନିଜ ଶ୍ରେଣୀ ଗୃହକୁ ଯାଉଥିଲେ । ସେତେବେଳେ କିଛି ଛାତ୍ର ତାଙ୍କୁ ୩ ମହଲାରୁ କୁଦା ମାରିବାକୁ ଚେଷ୍ଟା କରୁଥିବାର ଦେଖିଥିଲେ ଏବଂ ତାଙ୍କୁ ଟାଣି ଅଟକାଇଥିଲେ । ସେହିପରି ୱେଷ୍ଟ ବେଙ୍ଗଲ୍ ସହ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହା ପ୍ରଭାବ ଦେଖିବାକୁ ମିଳିଛି ।

Screen shot 2017-08-31 at 7.41.44 PMଓଡିଶାରେ ମଧ୍ୟ ବ୍ଲୁ ହ୍ୱେଲ୍ ଅଶଙ୍କା ଦେଖିବାକୁ ମିଳିଛି । ସମ୍ବଲପୁରର ସୁହାନୀ ନାମକ ୧୦ମ ଶ୍ରେଣୀ ଛାତ୍ରୀ ଏହି ଖେଳ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ଲକ୍ଷଣକୁ ଦେଖି ପରିବାର ଲୋକେ ସନ୍ଦେହ କରୁଛନ୍ତି, ବ୍ଲୁ-ହ୍ୱେଲ ଗେମ ପ୍ରଭାବରେ ପ୍ରଭାବିତ ହୋଇ ଝିଅ ଆତ୍ମହତ୍ୟା କରିଛି । ସ୍କୁଲରେ ଛୁଟି ହେବା ପରେ ଝିଅ ମୋବାଇଲରେ ବ୍ୟସ୍ତ ରହୁଥିଲା । ଗେମରେ ଯେଭଳି ହରର ଫିଲ୍ମ ଦେଖିବା ପାଇଁ କୁହାଯାଏ ସେଭଳି ଝିଅ ଫିଲ୍ମ ଦେଖୁଥିଲା । ଅଧିକାଂଶ ସମୟରେ ସୁହାନୀ ନୀରବ ରହୁଥିଲା । ସୁହାନି ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ତେବେ ଗେମର ଆପକୁ ବିଶେଷଜ୍ଞଙ୍କ ଦ୍ୱାରା ଯାଂଚ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ସେପଟେ ପୋଲିସ ବ୍ଲୁ-ହ୍ୱେଲ ଦ୍ୱାରା ପ୍ରଭାବିତ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛି କି ନାହିଁ ସେ ନେଇ କିଛି ସ୍ପଷ୍ଟ କରୁନାହିଁ । ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଚାଲିଛି । ସୁହାନି ବ୍ୟବହାର କରୁଥିବା ମୋବାଇଲକୁ ଜବତ କରାଯାଇ ଲେବରୋଟରୀ ଟେଷ୍ଟ ପାଇଁ ବାହାରକୁ ପଠାଯାଇଛି ।

ଏହି ଘଟଣା ପରେ ବ୍ଲୁ ହ୍ୱେଲ ଖେଳ ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ପ୍ରଶାସନ । ବ୍ଲୁ ହ୍ୱେଲ କିମ୍ବା ସେହି ସାମନ ପ୍ରକାରର ସମସ୍ତ ପ୍ରକାରର ମାରାତ୍ମକ ଖେଳକୁ ସୋସିଆଲ ମିଡ଼ିଆରୁ ହଟାଇବା ଦିଗରେ କାର୍ୟ୍ୟାନୁଷ୍ଠାନ ନେବାକୁ ରାଜ୍ୟର ସବୁ ଏସପି, ଡିସିପିଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ପୁଲିସ୍ ଡିଜି । ସ୍କୁଲ ଯାଉଥିବା କୁନି କୁନି ପିଲାଙ୍କ ହାତରେ ପହଂଚିଯାଉଥିବା ଏହି ଖେଳଠାରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ । ଖାସ୍ କରି ସ୍କୁଲ ପିଲାଙ୍କୁ ବ୍ଲୁ ହ୍ୱେଲ ଖେଳରୁ ଦୂରେଇ ରଖିବା ପାଇଁ ଜାରି କରିଛି ଏହି ସକୁର୍ଲାର ।

ଯେଉଁଥିରେ ରହିଛି –
– ଇଂଟରନେଟର ସୁରକ୍ଷିତ ବ୍ୟବହାର ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

– କମ୍ପୁଟର ଗୁଡ଼ିକୁ ଡିଜିଟାଲ ସର୍ଭିଲାନ୍ସରେ ରଖିବାକୁ ପରାମର୍ଶ

– ଛାତ୍ରଛାତ୍ରୀଙ୍କ ବୟସ ଅନୁସାରେ ନିର୍ଦ୍ଦିଷ୍ଟ ୱେବସାଇଟରେ ସୀମିତ ରଖିବା

-ଇଲେକ୍ଟ୍ରୋନିକ ସାମଗ୍ରୀ ବ୍ୟବହାର ନେଇ ଏକ ନିୟମ କରିବା

-କମ୍ପୁଟର ଗୁଡ଼ିକରେ ଆଂଟି ଭାଇରସ ଏବଂ ସୁରକ୍ଷିତ ଉପକରଣ ପ୍ରତି ଧ୍ୟାନଦେବା

-ଆପତ୍ତିଜନକ ତଥ୍ୟ ଥିବା ୱେବସାଇଟ ଉପରେ କଟକଣା ଲଗାଇବା

ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଭଳି ୧୮ଟି ନିର୍ଦ୍ଦେଶନାମା ଜାରିକରିଛି ସିବିଏସ୍ଇ । ଏପଟେ ପାଠ୍ୟକ୍ରମରେ ଆବଶ୍ୟକତା ଅନୁସାରେ ଇଂଟରନେଟର ବ୍ୟବହାର କରୁଥିବା କହିଛନ୍ତି ଛାତ୍ରଛାତ୍ରୀ । ଆଉ ବ୍ଲୁ ହ୍ୱେଲ୍ ଖେଳ ନେଇ ସଚେତନ ଥିବା ମଧ୍ୟ କହିଛନ୍ତି ।

କଣଏହିବ୍ଲୁହ୍ୱେଲ୍ଗେମ୍ :

blue whale game

ଏହି ବ୍ଲୁ-ହ୍ୱେଲ ଗେମ୍ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଚ୍ୟାଲେଞ୍ଜ କରିଥାଏ । ଏବଂ ଯିଏ ଏହି ଚ୍ୟାଲେଞ୍ଜ ଗ୍ରହଣ କରେ ସେ ଆତ୍ମହତ୍ୟା କରିଦିଏ । ଋଷିଆରୁ ଆରମ୍ଭ ହୋଇଥିବା ଏହି ଖେଳରେ ପ୍ରାୟ ୧୨ରୁ ୧୫ ବର୍ଷ ବୟସର ପିଲା ମାନେ ସାମିଲ୍ ଥାନ୍ତି । ଖେଳଟି କେବଳ ସୋସିଆଲ୍ ମିଡିଆରେ ଖେଳାଯାଏ । ଯାହାକୁ ନିୟନ୍ତ୍ରିତ କରିଥାଏ ଜଣେ ମାଷ୍ଟର୍ ବା ହ୍ୱାସସଆପ୍ ଗ୍ରୁପ୍ ଆଡମିନ୍ । ଏହି ମାଷ୍ଟରର ପରାମର୍ଶ ମାନିବାକୁ ଏକପ୍ରକାର ବାଧ୍ୟ ଖେଳାଳୀ । ମାଷ୍ଟର୍ ଯେଉଁ ଟ୍ୟାସ୍କ ଦେଇଥାଏ ତାକୁ ୫୦ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ଏହି ଖେଳ ମାନଙ୍କ ମଧ୍ୟରେ ଥାଏ ଭୂତ ସିନେମା ଦେଖିବା, ରାତି ରାତି ଅନିଦ୍ରା ରହିବା ଏବଂ ନିଜ ହାତକୁ କାଟି ବ୍ଲୁ ହ୍ୱେଲ୍ ଲେଖିବା । ଖେଳାଳୀ ଠିକ୍ ଭାବରେ ଏହାକୁ ମାନୁଛି ଏବଂ ଖେଳୁଛି କି ନାହିଁ ସେଥିପାଇଁ ଏକ ଫଟୋ ଉଠାଇ ସେୟାର୍ କରିବାକୁ ପଡିଥାଏ । ତେବେ ଏପରି ଭାବରେ ଆରମ୍ଭ ହୋଇଥିବା ଖେଳ ଧୀରେ ଧୀରେ କଠିନରୁ କଠିନତର ହୋଇଥାଏ । ଶେଷରେ ଖେଳ ଉକ୍ତ ଖେଳାଳୀର ମୃତ୍ୟୁରେ ଶେଷ ହୋଇଥାଏ ।

ଏବେ ନଜର ପକାନ୍ତୁ ଏହି ଭୟଙ୍କର ‘ବ୍ଲୁ ହ୍ୱେଲ୍ ଗେମ୍’ରେ ୫୦ ଦିନରେ ଖେଳାଳୀଙ୍କ ପାଇଁ ରହିଥିବା ୫୦ଟି ଚ୍ୟାଲେଂଜ୍ ଉପରେ

୧. ଭୋର୍ ୪.୨୦ରେ ଉଠି ଡରୁଆ କିମ୍ବା ଭୟାନକ ଭିଡିଓ ଦେଖିବା
୨. ହାତକୁ ବ୍ଲେଡରେ କାଟିବା
୩. ହାତର ଶିରାକୁ କାଟିବା (ଗଭୀର ନୁହେଁ)
୪. ଗୋଟିଏ ପେପରରେ ତିମି ମାଛର ଫଟୋ ତିଆରି କରିବା
୫. ଯଦି ତିମି ହେବା ପାଇଁ ପ୍ରସ୍ତୁତ ତେବେ ‘ହଁ’ ଲେଖି ଗୋଡକୁ ବ୍ଲେଡରେ କାଟିବା । ନଚେତ୍ ହାତର ଯେକୌଣସି ସ୍ଥାନକୁ କାଟିବା
୬. ଷ୍ଟାଟସରେ ଲେଖିବେ ‘ମୁଁ ହ୍ୱେଲ୍’
୭. ଭୋର୍ ୪.୨୦ରେ ଉଠି ଛାତକୁ ଯିବା
୮. ବ୍ଲେଡରେ କାଟି ହାତରେ ତିମିର ଚିତ୍ର କରିବା ବାଧ୍ୟତାମୂଳକ
୯. ସାରାଦିନ ଭୟାନକ ଭିଡିଓ ଦେଖିବା
୧୦. ମାଷ୍ଟର୍ ବା ଗ୍ରୁପ୍ ଆଡମିନ୍ ପଠାଇଥିବା ଗୀତ ଶୁଣିବା
୧୧. ଓଠକୁ କାଟିବା
୧୨. ହାତକୁ ଛୁଂଚିରେ କେଂଚିବା
୧୩. ନିଜକୁ କଷ୍ଟ ଦେବା
୧୪. ଛାତ ଉପରକୁ ଯାଇ ଧାରରେ ଛିଡା ହେବା
୧୫. ବ୍ରିଜ୍ ଚଢିବା
୧୬. କ୍ରେନ୍ ଚଢିବା
୧୭. ସ୍କାଏ ପି ଜରିଆରେ ହ୍ୱେଲ୍ ବା ତିମି ସହ କଥା ହେବା ବାଧ୍ୟତାମୂଳକ
୧୮. ବିଶ୍ୱସନୀୟତା ପରୀକ୍ଷା
୧୯. ଛାତ ଉପରକୁ ଯାଇ କେବଳ ପାଦ ଉପରେ ବସିବା
୨୦. ସିକ୍ରେଟ୍ ମିଶନ୍
୨୧. ତିମି ବା ହ୍ୱେଲକୁ ଦେଖା କରିବା
୨୨. ମୃତ୍ୟୁର ତାରିଖ କହିବେ ଏବଂ ଏହାକୁ ଗ୍ରହଣ କରିବାକୁ ବାଧ୍ୟ
୨୩. ପୁଣି କୋଡ ୱାଡରେ କାମ
୨୪. ଭୋର୍ ୪.୨୦ରେ ଉଠି ରେଳ ଲାଇନକୁ ଯିବା
୨୫. କାହା ସହ କଥା ନହେବା
୨୬. ଆପଣ ଜଣେ ହ୍ୱେଲ୍ ବୋଲି ଶପଥ ନେବା
୨୭. ଭୟକୁ ଦୂରାଇବା
୨୮. ଦେହ ହାତ କାଟିବା
୨୯. କୋଡ୍ ୱାଡରେ କଥା ହେବା

ଏହା ପରେ ୩୦ ରୁ ୪୯ ପର୍ଯ୍ୟନ୍ତ ୪.୨୦ରୁ ଉଠିବା , ଭିଡିଓ ଦେଖିବା , ଗୀତ ଶୁଣିବା ଏବଂ ପ୍ରତିଦିନ ନିଜ ହାତ ଏବଂ ହ୍ୱେଲ୍ ସହ କଥା ହେବା ।

ଆଉ ୫୦ ତମ ଦିନ ହେଉଛି ଖେଳ ଏବଂ ଜୀବନର ଶେଷ ଦିନ । ଏହି ଦିନଟିି ବିଭିନ୍ନ ଉପାୟରେ ଆତ୍ମହତ୍ୟା କରିବା । (ଫାଶୀ ଦେବା, ଟ୍ରେନ୍ ଆଗରେ ଶୋଇବା ଏବଂ ଛାତରୁ ଡେଇଁବା)

ତେବେ ଏହି ଖେଳରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ପୁଲିସ୍ ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ପିଲାଙ୍କ ବାପା ମାଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ।

କିଏଏବଂକେମିତିଆରମ୍ଭକରିଥିଲାଏହିଖେଳ :

ଅନଲାଇନରେ ଗେମ୍ ଖେଳି ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିଲେ ଜଣେ ଋଷୀୟ ଯୁବକ । ବିକୃତ ମାନସିକତା ହେଉ ଅବା ଅପରାଧିକ ଚିନ୍ତାଧାରା । ଋଷର ୨୨ ବର୍ଷିୟ ଯୁବକ ଫିଲିପ ବୁଡେଇକି ତିଆରି କରିଥଲା ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ । ଇଂଟରନେଟ ଜରିଆରେ ସେ ବିଶ୍ୱର କୋଣ ଅନୁକୋଣରେ ଥିବା ଯୁବକ ଯୁବତୀଙ୍କୁ ଯୋଗାଯୋଗ କରୁଥିଲା । ତାପରେ ସ୍କାଏପି,ଭିଡିଓ ଚାଟ ଓ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହେଉଥିଲା କଥାବାର୍ତ୍ତା । ଆଉ ଅଜବ ଗଜବ କାରନାମା କରି ଅନଲାଇନରେ ଗେମ୍ ଖେଳିବାର ଅଫର୍ ଦେଉଥିଲା । ସାଧାରଣତଃ ଦୁର୍ବଳ ମାନସିକତା ଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲା ଫିଲିପ ।

ଯୁବକ ଯୁବତୀଙ୍କ ବ୍ରେନୱାସ୍ କରି ତାଙ୍କ ମାନସିକତାକୁ ପ୍ରଭାବିତ କରିବାରେ ମାହିର ଥିଲା ଫିଲିପ୍ । ଆଉ ନିଜର ବିକୃତ ଚିନ୍ତାଧାରା ଦ୍ୱାରା ଅନଲାଇନ ଗେମ୍ ଜରିଆରେ ରଚୁଥିଲା ମୃତ୍ୟୁର ଷଡଯନ୍ତ୍ର ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପାଇଁ ଅର୍ଥ ପ୍ରଲୋଭନ ଦେଖାଉ ନଥିଲା ଫିଲିପ । ବରଂ ଯୁବକ ଯୁବତୀଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜୀବନର କିଛି ନିଆରା ଅନୁଭୂତି ତିଆରି କରିବାକୁ ପ୍ରବର୍ତ୍ତାଯାଉଥିଲା ।

ଫିଲିପର ଏହି ଅନଲାଇ୍ନ ଗେମରେ ୧୩୦ଜଣ ଆତ୍ମହତ୍ୟା କରିଥିବା ଜଣଶ ପଡିଛି । ଆଉ ଫିଲିପର କହିବା କଥା ୩୦ଜଣଙ୍କ ଆତ୍ମହତ୍ୟାର ଲାଇଭ୍ ଭିଡିଓ ସେ ଦେଖିଥିବା ବେଳେ ଏବେ ବି ୨୮ ଜଣ ଟାର୍ଗେଟ୍ ମେମ୍ବର ଜୀବିତ ଅଛନ୍ତି । ଏସବୁ ଭିତରେ ଇଂଟରକମ୍ ସହୟତାରେ ଋଷ ପୋଲିସ ତାକୁ ଗିରଫ କରିଥିବା ବେଳେ ୩ବର୍ଷ ଜେଗଲ ଦଣ୍ଡ ହୋଇଛି ।

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ବ୍ଲୁ ହ୍ୱେଲ୍ ନୁହେଁ ଗତ ୫ ବର୍ଷ ମଧ୍ୟରେ ୨୩୦୦୦ ଅଧିକ ୱେବସାଇଟ୍ ଚିହ୍ନଟ ହୋଇଛି ଯାହା ପିଲାମାନଙ୍କୁ ଆତ୍ମହତ୍ୟା ପ୍ରବଣ କରାଉଛି । ଏଭଳି ଏକ ଚାଂଚଲ୍ୟକର ତଥ୍ୟ ଦେଇଛି ଋଷର ଉପଭୋକ୍ତା ସୁରକ୍ଷା ୱାଚଡଗ୍ ରୋସ୍ପୋତ୍ରେବନାଦଜୋର ।

ସୂଚନା ଅନୁସାରେ, ୨୦୧୨ ନଭେମ୍ବର ୧ରୁ ୨୫୦୦୦ ରୁ ଅଧିକ ୱେବସାଇଟ୍ ଯାଂଚ୍ କରାଯାଇଥିଲା । ଆଉ ତା ମଧ୍ୟରୁ ୨୩୭୦୦ଟି ୱେବସାଇଟ ବିଷୟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ସମସ୍ତ ୱେବସାଇଟ୍ ଆତ୍ମହତ୍ୟା କରିବାର ବିଭିନ୍ନ ଉପାୟ ସଂପର୍କରେ ଲୋକଙ୍କୁ ଦେଉଛି ସୂଚନା । ତେବେ ଏହାକୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛି ଋଷର ପରିସଂଖ୍ୟାନ ଏଜେନ୍ସି ରୋଷ୍ଟେଟ୍ ।