କନକବ୍ୟୁରୋ: ମଝିରେ ଚିଲିକା ପୁଣି ଫସିଲା ଡଙ୍ଗା । ଘାଟ ଡଙ୍ଗାରେ ଫସି ରହିଛନ୍ତି ୧୭ ଜଣ ଯାତ୍ରୀ । ମେସିନରେ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକି ଯାଇଛି ଡଙ୍ଗା । ଯାତ୍ରୀଙ୍କ ସହ ଡଙ୍ଗାରେ ୭ଟି ବାଇକ୍‌ ମଧ୍ୟ ରହିଛି । ସାଢ଼େ ୭ଟାରେ ଜହ୍ନିକୁଦା ଘାଟ ନିକଟରୁ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ବାହାରି ଥିବା ବେଳେ ଚିଲିକା ମଝିରେ ଅଟକି ରିହିଛି । ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି । ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବ ଦେଉ ନଥିବାରୁ ଚିଲିକାରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗୁଥିବା ଅଭିଯୋଗ ହୋଇଛି ।