ଆତଙ୍କବାଦୀ ଭାବି ଆଫଗାନ୍ ପୋଲିସ୍ ଉପରେ ବୋମା ପକାଇଦେଲା ଆମେରିକା ବାୟୁସେନା ! ୧୭ ମୃତ , ୧୪ ଗୁରୁତର ।

704

ଆମେରିକା ପକ୍ଷରୁ ବହୁତ ବଡ଼ ଭୁଲ୍ ସାମ୍ନାକୁ ଆସିଛି । ଏଠାରେ ହେଲମଣ୍ଡ ପ୍ରାନ୍ତର ତାଲିୱାନ୍ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ପାଇଁ ପହଂଚିଥିବା ଆଫଗାନିସ୍ତାନ ପୋଲିସ୍ ଉପରେ ଆମେରିକା ବୋମା ପକାଇଛି । ଯେଉଁଥିରେ ୧୭ ଜଣ ଆଫଗାନ୍ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏହା ନାହର-ଏ-ସାରାଜ୍ ଜିଲ୍ଲାରେ ଘଟିଛି । ଆଫଗାନ୍ ସୁରକ୍ଷା ବଳ ଏବଂ ତାଲିୱାନ୍ ଆତଙ୍କବାଦୀଙ୍କ ମଧ୍ୟରେ ଫାୟାରିଙ୍ଗ୍ ପରେ ଆମେରିକା ବାୟୁସେନା ପକ୍ଷରୁ ସାହାଯ୍ୟ ମଗାଯାଇଥିଲା ।

ସୁଚନାନୁସାରେ ଆମେରିକା ଯେତେବେଳେ ଆଫଗାନକୁ ସାହାଯ୍ୟ ମାଗିଥିଲା ସେତେବେଳେ ପର୍ଯ୍ୟନ୍ତ ହାଇୱେରେ ଆତଙ୍କବାଦୀଙ୍କ ସୁରକ୍ଷା ଚେକ୍ ପୋଷ୍ଟ ପଛରେ ସୁରକ୍ଷା ଦେବା ପାଇଁ ଆଫଗାନ୍ ପୋଲିସଙ୍କୁ ଡକାଯାଇଥିଲା । ଆଫଗାନ୍ ପୋଲିସ ଚେକ୍ ପୋଷ୍ଟରୁ ଆତଙ୍କବାଦୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ଆମେରିକା ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ କୌଣସି ଆତଙ୍କବାଦୀର କିଛି ହୋଇନଥିବା ବେଳେ ୧୭ ଜଣ ପୋଲିସ୍ କର୍ମୀ ସହିଦ୍ ହୋଇଗଲେ ।