କନକ ବ୍ୟୁରୋ: ଭୁବନେଶ୍ୱରରେ ବଢୁଛି ସଂକ୍ରମଣ । ଆଜି ପୁଣି ୧୭ ପଜିଟିଭ । ଭୁବନେଶ୍ୱରରୁ ଆଜି ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୭ଜଣଙ୍କ ମଧ୍ୟରୁ ୧୦ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୨ଜଣ କରୋନା ଯୋଦ୍ଧା ରହିଥିବା ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ତେବେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୪୫୦ ଥିବା ସହ ୨୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଆକ୍ରାନ୍ତ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୯ଟି ସକ୍ରିୟ ମାମଲା ରହିଛି ।
Update on newly detected & cured #COVID19 cases in the last 24 hrs under the BMC area on 6th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/SfwsWqJmfu— BMC (@bmcbbsr) July 6, 2020
ତେବେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ ଡୁମୁଡୁମାର ରଘୁନାଥ ନଗର ବସ୍ତିରୁ ୨ଜଣ, ଜଗନ୍ନାଥ ବିହାର ନିକଟସ୍ଥ ପଟିଆ ଭିଲେଜରୁ ଜଣେ, ବିଜେବି ନଗରର ପାଣିଟାଙ୍କି ବସ୍ତିରୁ ଜଣେ, ଦାସପୁରର ଅନ୍ଧାରୁଆରୁ ଜଣେ, ଶତାବ୍ଦୀ ନଗରର ଲେନ-୧ରୁ ଜଣେ, ମଙ୍ଗଳା ମନ୍ଦିର ନିକଟସ୍ଥ ଚକେଇସିଆଣୀରୁ ଜଣେ, କେନ୍ଦ୍ର ଦ୍ୱାରା ପରିଚାଳିତ ଡାକ୍ତରଖାନାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ଆସି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ଆକ୍ରାନ୍ତ ହୋଇଛନ୍ତି ।
ସେହିଭଳି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫ ଜଣଙ୍କ ମଧ୍ୟରେ ଜୟଦେବ ବିହାରର ଇଏସଆଇ ହସ୍ପିଟାଲ କଲୋନୀରୁ ଜଣେ, ପଟିଆ ବିଗ ବଜାର ନିକଟରୁ ୨ଜଣ, ଚନ୍ଦ୍ରଶେଖରପୁରର ପ୍ରଗତି ବିହାରରୁ ଜଣେ ଏବଂ ୟୁନିଟ-୪ର ଏମଏଲଏ କଲୋନୀରୁ ଜଣେ ବ୍ୟକ୍ତି ରହିଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫ଜଣ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ଭୂତାଣୁ ଦ୍ୱାରା କବଳିତ ହୋଇଥିବା ଜଣା ପଡିଛି । ଏହା ସହ କୋଭିଡ ହସ୍ପିଟାଲରୁ ୨ଜଣ କରୋନା ଯୋଦ୍ଧା ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।