୧୭ସାଂସଦ କରୋନା ପଜିଟିଭ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପରୀକ୍ଷା ପରେ ମୀନାକ୍ଷି ଲେଖୀ, ଅନନ୍ତ କୁମାର ହେଗଡେ ଓ ପ୍ରବେଶ ସାହିବ ସିଂଙ୍କ ସମେତ ୧୭ଜଣ ସାଂସଦ କରୋନା ସଂକ୍ରମିତ

713

କନକ ବ୍ୟୁରୋ : ୧୭ସାଂସଦ କରୋନା ପଜିଟିଭ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପରୀକ୍ଷା ପରେ ସାଂସଦ ମୀନାକ୍ଷି ଲେଖୀ, ଅନନ୍ତ କୁମାର ହେଗଡେ ଓ ପ୍ରବେଶ ସାହିବ ସିଂଙ୍କ ସମେତ ୧୭ଜଣ ସାଂସଦ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଜି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କ ବାଧ୍ୟତାମୁଳକ କରୋନା ପରୀକ୍ଷା କରାଯାଇଥିଲା । ଏହାର ରିପୋର୍ଟ ଆସିଥିବା ବେଳେ ୧୭ଜଣ ସାଂସଦଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ବିଜେପିର ୧୨ଜଣ ସାଂସଦ ରହିଥିବା ବେଳେ ୱାଇଏସଆର କଂଗ୍ରେସର ଦୁଇ ଜଣ ସାଂସଦ ପଜିଟିଭ ଅଛନ୍ତି । ସେହିପରି ଶିବସେନା, ଡିଏମକେ ଓ ଆରଏଲପିର ଜଣେ ଲେଖାଏଁ ସାଂସଦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଓ ଆଜି ସାଂସଦଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେପଟେ ଆଜି ଆରମ୍ଭ ହୋଇଥିବା ସଂସଦ ଅଧିବେସନରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ସାଂସଦ ମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତାକୁ ବଜାୟ ରଖିବାକୁ ଭିଜିଟର୍ସ ଗ୍ୟାଲେରୀରେ ବି ସାଂସଦଙ୍କୁ ବସାଯାଇଛି ।