ବୁର୍ଲା ଭିମସାରରେ ଆଉ ୧୭ ପଜିଟିଭ: ସମସ୍ତ ସଂକ୍ରମିତ କରୋନା ହସ୍ପିଟାଲରେ ଚିକିତ୍ସିତ

137

କନକ ବ୍ୟୁରୋ: ସମ୍ବଲପୁର ବୁର୍ଲା ଭିମସାରରେ ଆଉ ୧୭ ପଜିଟିଭ ଚିହ୍ନଟ । ପୂର୍ବରୁ ୩୧ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିଲେ । ସମସ୍ତ ସଂକ୍ରମିତ କରୋନା ହସ୍ପିଟାଲରେ ଚିକିତ୍ସିତ । ଏନେଇ ସୂଚନା ଦେଲେ ଭିମସାର କଲେଜ କର୍ତ୍ତୃପକ୍ଷ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ୟ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି ।

ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟ୍‌ଡୋର୍‌କୁ ଚିକିତ୍ସା ପାଇଁ ଆସିଥିଲେ । ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ । ପରୀକ୍ଷାରୁ ପ୍ରଥମେ ୩୧ ଜଣ ଓ ଏବେ ୧୭ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଆଗକୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ବେଳେ ତାହା କରାଯିବ କି ନାହିଁ ସନ୍ଦେହ ଉପୁଜୁଛି ।