ମହାରାଷ୍ଟ୍ର ଖଣ୍ଡାଲାରେ ସଡକ ଦୁର୍ଘଟଣା । ମିନିଟ୍ରକ ଓଲଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ସମେତ ୧୫ଜଣ ଆହତ

ମହାରାଷ୍ଟ୍ର ଖଣ୍ଡାଲାରେ ସଡକ ଦୁର୍ଘଟଣା । ମିନିଟ୍ରକ ଓଲଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ସମେତ ୧୫ଜଣ ଆହତ

କନକ ବ୍ୟୁରୋ: ମହାରାଷ୍ଟ୍ର ଖଣ୍ଡାଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମିନିଟ୍ରକ ଓଲଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ପୁନେ-ବାଙ୍ଗାଲୁରୁ ଜାତୀୟରାଜପଥରେ ସକାଳ ୬ଟାରେ ଘଟିଛି ଏହି ଦୁଃଖଦ ଘଟଣା । ଭୋରୁ ଏକ ମିନିଟ୍ରକରେ ସମସ୍ତେ କାମ କରିବାକୁ ଯାଉଥିଲେ । ମିନି ଟ୍ରକଟି ରାସ୍ତାରେ ଆଉ ଏକ ଟ୍ରକ ସହ ଧକା ହେବା ପରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ତଳେ ଚାପି ହୋଇ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ମହାନଗର ଉଦ୍ୟୋଗିକ ବିକାଶ ନିଗମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe