Advertisment

କନକ ବ୍ୟୁରୋ: ନେପାଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହାହାକାର ପରିସ୍ଥିତି ସଅଷ୍ଟି ହୋଇଛି ଏଥିରେ ଅଧିକ ପ୍ରଭାବିତ ହୋଇଛି ଆଖାମ ଜିଲ୍ଲା । ଲଗାଣ ବର୍ଷା ଯୋଗୁଁ ଆଖାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହୋଇଛି । ଏଯାଏଁ ମିଳିଥିବା ସୂଚନା ମୁତାବକ,  ଭୂସ୍ଖଳନରେ  ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅ୍ରଧିକ ଲୋକ ନିଖୋଜ ଅଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ଅତି କମରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ଡେପୁଟି ଚିଫ୍ ଜିଲ୍ଲା ଅଧିକାରୀ ଦୀପେଶ ରିଜଲ କହିଛନ୍ତି।

ନେପାଳ ଗୃହମନ୍ତ୍ରୀ ଉକ୍ତ ଅଞ୍ଚଳରେ ଉଦ୍ଧାରକକାରୀ ଦଳଙ୍କ ସହ ବାୟୁସେନାର ହେଲିକପ୍ଟର ନିୟୋଜିତ ଅଛନ୍ତି । ଏହି ଭୂସ୍ଖଳନ ପରେ ସେଠାକାର ଲୋ‌କେ ଭୟଭୀତ ହୋଇପଡ଼ିଛନ୍ତି।  ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।