ଚେନ୍ନାଇରେ ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ପାଣିଘେରରେ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ।

289

କନକ ବ୍ୟୁରୋ: ଚେନ୍ନାଇରେ ବର୍ଷା ତାଣ୍ଡବ । ଜଳପ୍ଲାବିତ ଚେନ୍ନାଇ ସହର । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ତଳିଆ ଅଂଚଳ ସମେତ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ରେ ଜମି ରହିଛି ପାଣି । ଲୋକମାନଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ବିଦ୍ୟୁତ ଓ ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି ।

ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍, ଟ୍ରାକ୍ଟର ବ୍ୟବହାର କରାଯାଉଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ରାଜ୍ୟରେ ୧୦୦ରୁ ଅଧିକ ଟ୍ରେନ୍ ଓ ୫୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି ।