କନକ ବ୍ୟୁରୋ: ପାକିସ୍ତାନୀ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଆହୁରି କେତେଜଣ ଯବାନ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାୱଲପିଣ୍ଡି ସହରର ଏକ ଆବାସିକ ଅଂଚଳରେ ହଠାତ ସେନାର ବିମାନରେ ନିଆଁ ଲାଗିଥିଲା ବୋଲି ଉଦ୍ଧରକାରୀ ଟିମର ମୁଖପାତ୍ର ଫାରୁକ ବଟ କହିଛନ୍ତି ।
ସେ କହିଛନ୍ତି ସେନାର ଏକ ଛୋଟ ବିମାନ ଆବାସିକ ଅଂଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ରାୱଲପିଣ୍ଡିର ମୋରା କାଲୁ ଗାଁ ନିକଟ ଦେଇ ସେନାର ତାଲିମ ହେଲିକପ୍ଟର ଖସିପଡିଥିଲା । ବିମାନ ଦୁର୍ଘଟଣା ଯୋଗୁଁ ଅନେକ ଘର ପୋଡିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/PAK-6.jpg)
/kanak/media/post_attachments/wp-content/uploads/2019/07/3-7-300x169.jpg)