ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ : ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ

67,343

କନକ ବ୍ୟୁରୋ : ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ । କାଲିଠାରୁ ନିଖୋଜ ଥିଲେ ୧୭ ଯବାନ, ସୁକମା ଚିନ୍ତାଗୁଫାରେ ଆରମ୍ଭ ହୋଇଥିଲା ଅପରେସନ । ଅପରେସନରେ ସାମିଲ ଥିଲେ ଡିଆରଜି ଓ କୋବ୍ରା ଯବାନ, ମାଲକାନଗିରି ସୀମାରେ ଚାଲିଥିଲା ଯବାନ-ମାଓବାଦୀ ଗୁଳିବିନିମୟ । ତେବେ ଏହି ଗୁଳିବିନିମୟରେ ଯବାନ ଆହତ ହୋଇଥିଲେ । ମାଓ ଗତିବିଧି ନେଇ ଆରମ୍ଭ ହୋଇଥିଲା ଜଏଣ୍ଟ ଅପରେସନ । ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି’ଙ୍କ । ଗୁଳିବିନିମୟ ଘଟଣାରେ ୧୨ ଟି ଏକେ-୪୭ ବନ୍ଧୁକ ସହ ୧୫ଟି ଅସ୍ତ୍ରଶସ୍ତ୍ର ଲୁଟିଛନ୍ତି ମାଓବାଦୀ ।

ଗତକାଲି ଅପରାହ୍ଣ ପ୍ରାୟ ୧ଟା ବେଳେ ଚିନ୍ତାଗୁଫା ଅଞ୍ଚଳର କୋରଜଗୁଡ଼ା ପାହାଡ଼ ନିକଟରେ ଗୁଳି ବିନିମୟ ହୋଇଥିଲା । ସେତେବେଳେ ନିରାପତ୍ତା ବଳର ଏକ ମିଳିତ ଟିମ୍ ସେ ଅଞ୍ଚଳରେ ମାଓବିରୋଧୀ ଅଭିଯାନ ଚଳାଉଥିଲେ । ଅପରାହ୍ଣ ୧ଟା ପରେ ସନ୍ଧ୍ୟାଯାଏଁ ସେଠାରେ ଏକାଧିକ ବାର ଗୁଳି ବିନିମୟ ହୋଇଥିଲା । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସ୍ପେସାଲ ଟାସ୍କ ଫୋର୍ସ ଏବଂ କୋବ୍ରା ବାହିନୀ ଚଳାଇଥିବା ଏହି ମାଓବିରୋଧୀ ଅଭିଯାନରେ ୧୫୦ଜଣ ନିରାପତ୍ତା କର୍ମଚାରୀ ସମ୍ପୃକ୍ତ ଥିଲେ ।