ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା | ଏମାନଙ୍କ ମଧ୍ୟରେ ଅନୁଗୁଳ, ବଲାଙ୍ଗୀର,ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ(୨ ଜଣ ଭୁବନେଶ୍ୱରରୁ) ୩ ଜଣଙ୍କର ପ୍ରାଣ ନେଇଛି କରୋନା |

Advertisment
ସେହିପରି କଳାହାଣ୍ଡିର ୩ ଜଣ, ରାୟଗଡାର ୩ ଜଣ, ପୁରୀର ୨ ଜଣ, ସୁନ୍ଦରଗଡର ୩ ଜଣଙ୍କର କରୋନା ଜୀବନ ନେଇଛି | ସୂଚନା ଥାଉ କି ଗତକାଲି ୧୯ ଜଣଙ୍କର ଜୀବନ ନେଇଥିବାବେଳେ ୮ ତାରିଖରେ ୨୦ ଜଣଙ୍କର ଜୀବନ ଯାଇଥିଲା |
ସେହିଭଳି ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬ ହଜାର ୬୨୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩ ହଜାର ୪୦୮ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଶହ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧, ସମ୍ବଲପୁରରୁ ୩୦୨, ନବରଙ୍ଗପୁରରୁ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣରେ ଏବେ ଚିନ୍ତା ବଢ଼ାଉଛି କଟକ, ପୁରୀ, ସୁନ୍ଦରଗଡ଼ ଜିଲ୍ଲା । ଦିନକୁ ଦିନ ସେଠାରେ ବଢ଼ିବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୪୪ ହଜାର ୮୭୩ ରହିଛି । ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୪୭ ହଜାର ୮୬୩ଜଣ । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯୪ ହଜାର ୭୬୦ଜଣ