ପ୍ରବଚନ ବେଳେ ଦଳାଚକଟା । ୧୭ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର

185

କନକ ବ୍ୟୁରୋ: ରବିବାର ଦିନ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ଧାର୍ମିକ କାର୍ୟ୍ୟକ୍ରମରେ ପ୍ରସାଦ ବଣ୍ଟନ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୧୭ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି । ଧାର୍ମିକ ଉପଦେଶ ଦିଆଯାଉଥିବା ସ୍ଥାନରେ ପ୍ରାୟ ୨୫,୦୦୦ ଭକ୍ତ ଉପସ୍ଥିତ ଥିଲେ। ଏାରେ ପ୍ରବଚନ ମଧ୍ୟ ଚାଲିଥିଲା । ଏହି ସମୟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବଣ୍ଟା ହେବା ସମୟରେ ହଠାତ୍ ଦଳାଚକଟା ପରିସ୍ଥିତି ସଅଷ୍ଟି ହୋଇଥିବା ଏଠିକାର ଜଣେ ଅଧିକାରୀ କହିଛନ୍ତି ।

ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ ଡିଏମ୍ ) ଶୈଳେନ୍ଦ୍ର ସିଂ କହିଛନ୍ତି ଯେ କହିଛନ୍ତି, ‘ପ୍ରସାଦ’ ଦିଆଯାଉଥିବାବେଳେ ୧୭ ଜଣ ଆହତ ହୋଇଥିଲେ, ଯେଉଁଠାରେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ରାମକଥା ପାଠ କରୁଥିଲେ। ପ୍ରାୟ ୨୫,୦୦୦ ଭକ୍ତ ଉପସ୍ଥିତ ଥିଲେ, କିନ୍ତୁ ନଡ଼ିଆ ବଣ୍ଟନ ସମୟରେ ଦଳାଚକଟା ଆରମ୍ଭ ହୋଇଥିଲା । ଆହତମାନଙ୍କୁ ସିଭିଲ ହସ୍ପିଟାଲ ଏବଂ ବିନା ରିଫାଇନାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିôବାବେଳେ ଅନ୍ୟ ଆହତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।