ଝାରଖଣ୍ଡ ଦୁମକାର ମହୁଆଗରୀରେ ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ୍ ନକ୍ସଲଙ୍କ ଘାତକ ଆକ୍ରମଣର ପ୍ଲାନ୍ କୁ ଅସଫଳ କରିଦେଇଛି । ପୋଲିସ୍ ଏଠାକାର ଜଙ୍ଗଲରୁ ବିସ୍ଫୋଟକ ଜବତ କରିଛି । ପୋଲିସ୍ କୁ ଖବର ମିଳିଥିଲା ଯେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପୋଲିସ୍ ଏବଂ ଅର୍ଦ୍ଧସୈନ୍ୟ ବଳକୁ ଟାର୍ଗେଟ୍ କରିବା ପାଇଁ ନକ୍ସଲ୍ ପ୍ଲାନ୍ କରିଛନ୍ତି । ଏହି ଖବରରୁ ଅନୁକରଣ କରିବା ପରେ ପୋଲିସକୁ ଏହି ସଫଳତା ମିଳିଛି ।
ଦୁମକାର ଏସପିଙ୍କ କହିବା ଅନୁସାରେ ତାଙ୍କୁ ଏହି ଖବର ମିଳିଥିଲା ଯେ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନକ୍ସଲ ପୋଲିସ୍ ଏବଂ ଅର୍ଦ୍ଧସୈନ୍ୟ ବଳକୁ ଅସୁବିଧାରେ ପକାଇବା ପାଇଁ ପ୍ଲାନିଙ୍ଗ୍ କରୁଥିଲେ । ପୋଲିସ୍ ଏହି ଖବର ଉପରେ ଜାଞ୍ଚ୍ କରି ୧୭ କେନ୍ ବମ୍ ଏବଂ ୨୦୦ ରୁ ଅଧିକ ଡେଟୋନେଟର୍ ଏବଂ ୧ ଗ୍ରେନେଡ୍ ଜବତ କରି ଡିଫ୍ୟୁଜ୍ କରିଥିଲେ । ଏହି ମାମଲାରେ ଏ ପର୍ଯ୍ୟନ୍ତ କେହି ଧରା ପଡିନଥିବା କଥା ଏସପି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/untitled-1550971446.jpg)
/kanak/media/post_attachments/wp-content/uploads/2019/02/download-34.jpg)