କନକ ବ୍ୟୁରୋ : ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ । ଭାଇରାଲ ହେଉଛି ବାହାରେ ଫସି ରହିଥିବା ଦାଦନଙ୍କ ଯନ୍ତ୍ରଣାର ଭିଡିଓ । ଭିଡିଓ ମାଧ୍ୟମରେ ହାତଯୋଡି ଅନୁରୋଧ କରିଛନ୍ତି ସେମାନଙ୍କୁ ଉଦ୍ଧାର ପାଇଁ । ଦୁବାଇରେ ଫସିଥିବା ୧୬ ଜଣ ଓଡିଆ ଶ୍ରମିକ ଉଦ୍ଧାର ପାଇଁ ଗୁହାରି କରିଛନ୍ତି । ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀରୁ ନେଇ କୈଠଡା, ବାକୁଟ ଗାଁର ୨୦ ଜଣ ବ୍ୟକ୍ତି ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ଯାଇଥିଲେ । ଜଣେ ଠିକାଦାରଙ୍କ ମାଧମ୍ୟରେ ଏମାନେ କାମ କରିବାକୁ ଯାଇଥିଲେ । ସେମାନଙ୍କୁ ଭଲ ଦରମାର ଲୋଭ ଦେଖାଇ ନିଆଯାଇଥିବା ବେଳେ ଦରମା ତ ଦୂର କଥା ଭଲରେ ଖାଇବାକୁ ମୁଠାଏ ବି ମିଳୁନି । ଅଧିକ ସମୟ କାମ କରୁଥିବା ବେଳେ କମ୍ପାନୀ ତାଙ୍କୁ ଠିକ ଭାବରେ ପାରିଶ୍ରମିକ ଦେଇନଥିଲା । ନିର୍ଯାତନାର ଶିକାର ହୋଇ କିଛି ଶ୍ରମିକ ଲୁଚି ଗାଁକୁ ପଳାଇ ଆସିଛନ୍ତି । ହେଲେ ଅନ୍ୟମାନେ ସେଠାରେ ଫସି ରହିଛନ୍ତି । ବିରୋଧ କଲେ ନିର୍ଯର୍ାତନା ବଢି ବଢି ଚାଲିଛି । ଭୋକ ଉପାସ ସହ ନିର୍ଯାତନା ବଢିଚାଲିଥିବାରୁ ଏବେ ଭିଡିଓ ମାଧ୍ୟମରେ ଶ୍ରମିକ ମାନେ ଉଦ୍ଧାର ପାଇଁ ଅନୁରାଧ କରିଛନ୍ତି । ପରିବାର ଲୋକ ମଧ୍ୟସ୍ତି ସାଜିଥିବା ଦୁଇ ଠିକାଦାରଙ୍କୁ ଗିରଫ କରିବା ସହ ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭେଜିପୁଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି ।

Advertisment