ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୪ହଜାର ୮୯୪ରେ ପହଂଚିଲା । ଗତ ୨୪ ଘଂଟାରେ ୪୧୮ ମୃତ, ୧୬ ହଜାର ୯୨୨ ନୂଆ ମାମଲା ଚିହ୍ନଟ । ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୮୬ ହଜାର ୫୧୪ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା 

244

କନକ ବ୍ୟୁରୋ : ଦେଶରେ ବଢୁଛି କରୋନାର ପ୍ରକୋପ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪ହଜାର ୮୯୪ରେ ପହଂଚିଛି । ଗତ ୨୪ ଘଂଟାରେ ୪୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ହଜାର ୯୨୨ ନୂଆଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୩ ହଜାର ୧୦୫ରେ ପହଂଚିଛି । ବର୍ତମାନ ସୁଦ୍ଧା ୨ଲକ୍ଷ ୭୧ ହଜାର ୬୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ଦେଶର ସବୁଠୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀ ୨୩୬୫, ଗୁଜୁରାଟ ୧୭୩୫, ତାମିଲନାଡୁ ୮୬୬, ଉତ୍ତରପ୍ରଦେଶ ୫୯୬, ପଶ୍ଚିମବଙ୍ଗ ୫୯୧, ମଧ୍ୟପ୍ରଦେଶରେ ୫୩୪ ମୃତ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ।