କନକ ବ୍ୟୁରୋ: ଓଡିଶା ଫେରିଲେ କେରଳରେ ଫସିଥିବା ୧୬୯ ଓଡିଆ ଝିଅ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ସେମାନେ ଭୁବନେଶ୍ୱର ଫେରିଛନ୍ତି । ଯୁବତୀ ମାନେ କେରଳର ଏର୍ଣ୍ଣିକୁଲମ ଜିଲ୍ଲାରେ କିଟେକ୍ସ ପୋଷାକ କାମ କରୁଥିଲେ । ସମସ୍ତେ କେନ୍ଦ୍ରାପଡା ରାଜନଗର ଅଂଚଳରେ । ତେବେ କରୋନା ପାଇଁ ଲକଡାଉନ ଯୋଗୁ ସମସ୍ତେ ଚାକିରିରୁ ଇସ୍ତଫା ଦେଇ ରାଜ୍ୟକୁ ଫେରିବାକୁ ଇଛା ପ୍ରକାଶ କରିଥିଲେ । ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏନେଇ ସହାୟତାର ହାତ ବଢାଇଥିଲେ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରେଇବାକୁ ସୋନୁ ସୁଦ ପ୍ରତିଶ୍ରୁତି ଦେବା ପରେ ସେମାନେ ଆଜି ଫେରିଛନ୍ତି ।
ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ: ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଭୁବନେଶ୍ୱରରେ
/kanak/media/post_attachments/wp-content/uploads/2020/05/9-21.jpg)