ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ ପହଂଚିଲା: ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୭୧୨କୁ ବୃଦ୍ଧି; ମହାରାଷ୍ଟ୍ରରେ ସର୍ବାଧିକ ୨୧୧ ଜଣ ଲୋକଙ୍କ ମୃତ୍ୟୁ

368

କନକ ବ୍ୟୁରୋ: ଭାରତରେ ୧୫ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୭୧୨କୁ ବୃଦ୍ଧି ପାଇଛି । ଏବଂ ୫୦୭ ଜଣଙ୍କର ଜୀବନ ଯାଇଛି ଏବଂ ୨୨୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୫୧ ଜଣ ହୋଇଥିବା ବେଳେ ୨୧୧ ଜଣ ପ୍ରାଣ ହରାଇଲେଣି । ଅନ୍ୟପଟେ, ୧୪ ଦିନ ଭିତରେ ଦେଶର ୪୫ ଟି ଜିଲ୍ଲାରେ କୌଣସି ପଜିଟିଭ୍ କେସ୍ ଆସି ନାହିଁ । . ଆଉ ଏହାରି ଭିତରେ ଆସିଛି ଚିନ୍ତା ଜନକ ଚିତ୍ର । ନିଜାମୁଦ୍ଦିନ ଘଟଣା କାରଣରୁ ୨୩ଟି ରାଜ୍ୟରେ ବଢିଛି ସଂକ୍ରମିତଙ୍କ ସଂଖ୍ୟା ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୪), ଆନ୍ଧ୍ରପ୍ରଦେଶ (୬୦୩), ଅରୁଣାଚଳ ପ୍ରଦେଶ (୧), ଆସାମ (୩୫), ବିହାର (୮୬), ଚଣ୍ଡିଗଡ଼ (୨୩), ଛତିଶଗଡ଼ (୩୬), ଦିଲ୍ଲୀ (୧୮୯୩), ଗୋଆ (୭), ଗୁଜରାଟ (୧୩୭୬), ହରିୟାଣା (୨୨୫), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୩୪୧), ଝାଡ଼ଖଣ୍ଡ (୩୪) କର୍ଣ୍ଣାଟକ (୩୮୫), କେରଳ (୪୦୦), ଲଦାଖ (୧୮), ମଧ୍ୟପ୍ରଦେଶ (୧୪୦୭), ମହାରାଷ୍ଟ୍ର (୩୬୫୧), ମଣିପୁର (୨), ମେଘାଳୟ (୧୧), ମିଜୋରାମ (୧), ଓଡ଼ିଶା (୬୧), ପୁଦ୍ଦୁଚେରୀ (୭), ପଞ୍ଜାବ (୨୦୨), ରାଜସ୍ଥାନ (୧୩୫୧), ତାମିଲନାଡୁ (୧୩୭୨), ତେଲେଙ୍ଗାନା (୮୦୯), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୨), ଉତ୍ତରପ୍ରଦେଶ (୯୬୯) ଓ ପଶ୍ଚିମବଙ୍ଗ (୩୧୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୧), ଆନ୍ଧ୍ରପ୍ରଦେଶ (୪୨), ଆସାମ (୧୨), ବିହାର (୩୭), ଚଣ୍ଡିଗଡ଼ (୧୦), ଛତିଶଗଡ଼ (୨୪), ଦିଲ୍ଲୀ (୭୨), ଗୋଆ (୬), ଗୁଜରାଟ (୯୩), ହରିୟାଣା (୪୩), ହିମାଚଳ ପ୍ରଦେଶ (୧୬), ଜମ୍ମୁ ଓ କଶ୍ମୀର (୫୧), କର୍ଣ୍ଣାଟକ (୧୦୪), କେରଳ (୨୫୭), ଲଦାଖ (୧୪), ମଧ୍ୟପ୍ରଦେଶ (୧୨୭), ମହାରାଷ୍ଟ୍ର (୩୬୫), ମଣିପୁର (୧), ଓଡ଼ିଶା (୨୪), ପୁଦ୍ଦୁଚେରୀ (୩), ପଞ୍ଜାବ (୨୭), ରାଜସ୍ଥାନ (୧୮୩), ତାମିଲନାଡୁ (୩୬୫), ତେଲେଙ୍ଗାନା (୧୮୬), ତ୍ରିପୁରା (୧), ଉତ୍ତରାଖଣ୍ଡ (୯), ଉତ୍ତରପ୍ରଦେଶ (୮୬) ଓ ପଶ୍ଚିମବଙ୍ଗ (୬୨) ।