ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ । ପ୍ରଥମ ଇଂନିସରେ ଭାରତର ସ୍କୋର ୧୬୨ ରନ୍ ।

99

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍ । ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆର ସ୍କୋର ୧୬୨ ରନ୍ । ତେବେ ଆଜି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଦଳ ୫ ୱିକେଟ୍ ହରାଇ ୧୬୨ ରନ୍ କରିବା ସହିତ, ବିଜୟ ପାଇଁ ଶ୍ରୀଲଙ୍କା ଆଗରେ ୧୬୩ ରନର ଟାର୍ଗେଟ ଧାର୍ଯ୍ୟ କରିଛି ।

ଆଜି ଟସ୍ ଜିତି ଶ୍ରୀଲଙ୍କା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଦଳର ଦୁଇ ଓପନର ଇଶାନ କିଷାନ ଓ ଶୁଭମନ୍ ଗିଲ ଭଲ ଆରମ୍ଭ କରିଥିଲେ ବି, ଶୁଭମନ୍ ଗିଲ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହା ପଛକୁ ସୂର୍ଯ୍ୟ ଓ ସଞ୍ଜୁ ସାମସନ୍ ମଧ୍ୟ ଫେଲ୍ ମାରିଥିଲେ । ହେଲେ ଶେଷ ଆଡକୁ ପାଣ୍ଡ୍ୟା, ହୁଡ୍ଡା ଓ ଅକ୍ଷର ପଟେଲଙ୍କ ଧୂଆଁଧାର ଇଂନିସ ବଳରେ ଦଳ ୧୬୨ ରନ୍ କରିବାକୁ ସମର୍ଥ ହୋଇଥିଲା ।