ଭୁବନେଶ୍ୱରକୁ ଅଣାଗଲା ୧୬୦ ମୃତଦେହ । ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ରଖାଯିବ ଶବ

3,179

କନକ ବ୍ୟୁରୋ : ଭୁବନେଶ୍ୱରକୁ ଅଣାଗଲା ୧୬୦ ମୃତଦେହ । ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଭୁବନେଶ୍ୱର ଅଣାଯାଇଛି । ଏମ୍ସ ସମେତ ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଏହି ମୃତଦେହ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ପରିଚୟ ମିଳିନଥିବା ମୃତକଙ୍କ ଡିଏନଏ ସଂଗ୍ରହ ହେବ ବୋଲି ସୂଚନା ମିଳିଛି ।

ସେପଟେ ଟ୍ରାକରେ ପଡିରହିଥିବା ବଗିକୁ ଉଠାଯାଉଥିବା ବେଳେ ଗଆଉ ୧୩ଟି ମୃତଦେହ ମିଳିଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ମାଲଗାଡି, ଚେନ୍ନାଇ ଏକ୍ସପ୍ରେସ ମଝିରେ ଏକ ବଗି ଚାପି ହୋଇଯାଇଥିଲା । ଆଉ ଏହି ବଗିରୁ ୧୩ଟି ମୃତଦେହ ମିଳିଛି ।