ବିଳାସପୂର୍ଣ୍ଣ ଜୀବନ ପରିତ୍ୟାଗ କରି ବୈରାଗ୍ୟ ଆଡକୁ ମନ ବଳାଇଲେ ଏହି ୧୬ ବର୍ଷୀୟା ଝିଅ ! ବଡ ଭଉଣୀଙ୍କ ଠାରୁ ଅନୁପ୍ରାଣିତ ହୋଇ ଉଠାଇଲେ ଏଭଳି ପଦକ୍ଷେପ ।

ବିଳାସପୂର୍ଣ୍ଣ ଜୀବନ ପରିତ୍ୟାଗ କରି ବୈରାଗ୍ୟ ଆଡକୁ ମନ ବଳାଇଲେ ଏହି ୧୬ ବର୍ଷୀୟା ଝିଅ ! ବଡ ଭଉଣୀଙ୍କ ଠାରୁ ଅନୁପ୍ରାଣିତ ହୋଇ ଉଠାଇଲେ ଏଭଳି ପଦକ୍ଷେପ ।

ନିକଟ ଅତୀତରେ ଭୋଗବିଳାଶ ଜୀବନ ତ୍ୟାଗ କରି ବୈରାଗ୍ୟ ପଥକୁ ଆପଣେଇଥିବା ଅନେକ ବ୍ୟକ୍ତିଙ୍କ ବିଷୟରେ ଆମେ ଆଲୋଚନା କରିସାରିଛେ। ସେହି ପଥରେ ପାଦ ରଖି ଆଉ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି ୧୬ ବର୍ଷୀୟା ତନୟା। ସେ ଏତେ କମ୍ ବର୍ଷ ବୟସରୁ ସଂସାର ପ୍ରତି ମୋହମାୟା ତ୍ୟାଗ କରି ଜୈନ ଧର୍ମକୁ ଆପଣେଇ ସନ୍ୟାସ ଧାରଣ କରିବାର ନିଷ୍ପତ୍ତି ନେଇଛନ୍ତି।

publive-image

ତନୟା ଯେତେବେଳେ ମାତ୍ର ୫ ବର୍ଷର ଥିଲେ ସେବେଠାରୁ ହିଁ ତାଙ୍କର ସଂସାର ପ୍ରତି ବୈରାଗ୍ୟ ମନୋଭାବ ଆସିଥିଲା। ରାଜପୁତ ପରିବାରରେ ଜନ୍ମଲାଭ କରିଥିବା ତନୟା ୨୦୦୫ ମସିହାରେ ଧର୍ମ ଓ ସାଦ୍ଧନା ସହ ନିଜକୁ ଯୋଡ଼ିଥିଲେ। ତାଙ୍କ ପୂର୍ବରୁ ତାଙ୍କ ବଡ଼ ଭଉଣୀ ମୁସ୍କାନ ବି ଏହି ପଥରେ ଯାଇ ସାରିଛନ୍ତି। ବଡ଼ ଭଉଣୀଙ୍କୁ ଦେଖି ତନୟା ଏହି ପଥରେ ଯିବା ପାଇଁ ଆଗ୍ରହୀ ହୋଇଥିଲେ। ତିନ ଭଉଣୀଙ୍କ ମଧ୍ୟରୁ ତନୟା ହେଉଛନ୍ତି ମଝିଆ। ପୂର୍ବରୁ ଜୈନ ଧର୍ମ ସହ ଜଡ଼ିତ ଥିଲେ ମଧ୍ୟ ଆସନ୍ତା ୧୦ ତାର୍ରିେ ତନୟା ବିଧିବଧ ଭାବେ ଦିକ୍ଷା ନେବେ ବୋଲି ସୂଚନା ରହିଛି।

publive-image

୨୦୦୫ ମସିହାରେ ଜୈନ ସ୍ୱାଧୀଗଣଙ୍କ ସଂପର୍କରେ ଆସିବା ବେଳକୁ ତନୟା ପ୍ରଥମ ଶ୍ରେଣୀରେ ପଢୁଥିଲେ। ସେ ସମୟରେ ତୃତୀୟ ଶ୍ରେଣୀରେ ପଢୁଥିବା ତାଙ୍କ ବଡ଼ ଭଉଣୀ ମୁସ୍କାନ ଦିକ୍ଷା ନେବା ପରେ ତନୟାଙ୍କ ଭିତରେ ଆଗ୍ରହ ସୃଷ୍ଟି ହୋଇଥିଲା।
ଦିକ୍ଷା ନେବା ସଂପର୍କରେ ତନୟା କୁହନ୍ତି, ‘ମୁଁ ରଂଗୀନ ଦୁନିଆକୁ ବି ଦେଖିଲି ଓ ଏହାର ଭୋଗବିଳାସକୁ ବି ଦେଖିଲି। ମାତ୍ର ମୁକ୍ତି ପାଇଁ ସଂଯମ ହିଁ ଏକମାତ୍ର ପଥ। ୨୦୦୬-୨୦୦୭ ମସିହାରେ ମୁଁ ଯେବେ ଗୁରୁଜନଙ୍କ ସଂପର୍କରେ ଆସିଲି ସେତେବଳେ ଅସଲ ଶାନ୍ତି କ’ଣ ଜାଣିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe