ମୋବାଇଲ୍ ଫୋନରେ କୌଣସି ପୁଅ ସହ କଥାବାର୍ତ୍ତା କରୁଛି ଭାବି ଦିଲ୍ଲୀରେ ଜଣେ ବାପା ତାଙ୍କ ୧୬ ବର୍ଷୀୟ ଝିଅକୁ ପୋଡ଼ି ପକାଇଛନ୍ତି। ଶରୀରର ୭୦% ପୋଡ଼ି ଯାଇଥିବା ସେ ଝିଅକୁ କେଇଏମ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ବିରାର ପୁଲିସ ତା’ ବାପାଙ୍କୁ ଗିରଫ କରିଛି। ଝିଅଟିର ଅବସ୍ଥା ସାଙ୍ଘାତିକ ବୋଲି ଡାକ୍ତରମାନେ କହିଛନ୍ତି।
ଅଭିଯୁକ୍ତ ବାପା ହେଉଛନ୍ତି ୩୫ ବର୍ଷିୟ ମହମ୍ମଦ ମୁର୍ତିଆଜ୍। ସେ ଗୁଜୁରାଣ ମେଣ୍ଟାଇବାକୁ କାମ କରନ୍ତି ବୋଲି ପୁଲିସ କହିଛି। ପୀଡ଼ିତା ଶହିସ୍ତା ପୂର୍ବ ମନସୁରିଙ୍କ ସହ ବିରାର ଠାରେ ରହନ୍ତି। ସୋମବାର ଅପରାହ୍ଣରେ ମନସୁରି ଝିଅକୁ ଖାଇବା ଲାଗି ବାଢ଼ିବାକୁ କହିବାକୁ ଯାଇ ଦେଖିଲେ ସେ ତା’ ଫୋନରେ ଗପୁଛି। ଝିଅ କୌଣସି ପୁଅ ସହ ଗପୁଛି ଭାବି ସେ ରାଗି ଯାଇ ଝିଅ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ। ଘଟଣା ଦେଖି ଝିଅର ମାଆ ଚିତ୍କାର କରିବାରୁ ପଡ଼ୋଶୀମାନେ ସହାୟତା କରିବାକୁ ଧାଇଁ ଆସିଥିଲେ। ପ୍ରଥମେ ଶହିସ୍ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପରେ ତାଙ୍କୁ କେଇଏମ୍ ହସପିଟାଲକୁ ନିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/773012-set-ablaze.jpg)
/kanak/media/post_attachments/wp-content/uploads/2019/01/C46FB6CD-3125-4E08-933465538D443BE4_source-300x200.jpg)