ଭିତରକନିକାରେ ବଢ଼ିଲା ଧଳା କୁମ୍ଭୀରଙ୍କ ସଂଖ୍ୟା: ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ; ୧୮ ଫୁଟର ଅଣ୍ଡିରା ଓ ୧୬ ଫୁଟର ମାଈ ଧଳା କୁମ୍ଭୀର ଠାବ

118

କନକ ବ୍ୟୁରୋ: ଭିତରକନିକାରେ ବଢ଼ିଲା ଧଳା କୁମ୍ଭୀରଙ୍କ ସଂଖ୍ୟା । ଗଣନାରୁ ଜଣାପଡ଼ିଲା ଭିତରକନିକାରେ ଅଛନ୍ତି ୧୬ଟି ଧଳା କୁମ୍ଭୀର । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ, ନାଳରେ ୧୬ଟି ଧଳା ବଉଳା କୁମ୍ଭୀର ଅଛନ୍ତି । ଯାହାକି ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠାରୁ ଅଧିକ । ଏଠାରେ ୧୮ ଫୁଟ ଲମ୍ବର ଧଳା ଅଣ୍ଡିରା ବଉଳା କୁମ୍ଭୀର ଥିବା ବେଳେ କାଳିଭଂଜଡ଼ିଆ ନିକଟରେ ୧୬ ଫୁଟର ମାଈ ବଉଳା କୁମ୍ଭୀର ଅଛନ୍ତି ।

ଚଳିତବର୍ଷ ଭିତରକନିକାରେ କୁମ୍ଭୀର ଗଣନାରୁ ଏହା ଜଣାପଡ଼ିଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଚଳିତ ମାସ ୧୫ରୁ ୨୩ ତାରିଖ ଯାଏଁ ବଉଳା କୁମ୍ଭୀର ଗଣନା କରାଯାଇଥିଲା । ଗତବର୍ଷ ଭିତରକନିକାରେ ୧୫ଶହ ୫୭ କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଛି । ଏଥି ସହିତ ଗତବର୍ଷ ଭିତରକନିକାରେ ୧୫ଟି ଧଳା ବଉଳା କୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।