ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବେଠକ : ୧୬ଟି  ପ୍ରସ୍ତାବ ଉପରେ ବାଜିଲା ମୋହର

ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ

1,269

କନକ ବ୍ୟୁରୋ : ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବେଠକ । ୧୬ଟି  ପ୍ରସ୍ତାବ ଉପରେ ବୈଠକରେ ବାଜିଲା ମୋହର । ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ । ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍ରସ୍ତାବକୁ ମିଳିଛି ମଂଜୁରୀ । ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରେ ଓ ବାହାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନଫରେନ୍ସି ଜରିଆରେ ଏହି ବୈଠକରେ ସାମିଲ ହୋଇଥିଲେ । ଏସବୁ ନିଷ୍ପତ୍ତି ଗୁଡ଼ିକ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି ।