ଆକ୍ସନ ମୋଡରେ ପୋଲିସ । ହସ୍ପିଟାଲ ଓ ଆରଟିଓ କାର୍ଯ୍ୟାଳୟରେ ଜୋରଦାର ଚଢାଉ, ଚତୁର୍ଥ ଦିନରେ ୧୬ ଦଲାଲ ଗିରଫ ।

Advertisment
ଆକ୍ସନ ମୋଡରେ ପୋଲିସ । ହସ୍ପିଟାଲ ଓ ଆରଟିଓ କାର୍ଯ୍ୟାଳୟରେ ଜୋରଦାର ଚଢାଉ, ଚତୁର୍ଥ ଦିନରେ ୧୬ ଦଲାଲ ଗିରଫ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ପରିସର ଓ ଆରଟିଓ କାର୍ଯ୍ୟାଳୟରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ରବିବାର ୧୬ ଜଣ ଦଲାଲଙ୍କୁ ଗିରଫ କରିଛି । ପୁଲିସ ଆଜି ବିଭିନ୍ନ ମେଡିକାଲ ପରିସରରୁ ୧୨ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ଏଥିରେ କଟକ ବଡ଼ଡାକ୍ତରଖାନାରୁ ୫ ଜଣ ସାମିଲ ଅଛନ୍ତି। ଯାଜପୁର ଓ ନୂଆପଡା ଆଟିଓ କାର୍ଯ୍ୟାଳୟରୁ ପୁଲିସ ଜଣେ ଲେଖାଏଁ ଦଲାଲଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଯାଜପୁରରୁ ୨ ଜଣ, ନୟାଗଡ଼ରୁ ଜଣେ, କଳାହାଣ୍ଡିରୁ ୨ ଜଣ, ବୌଦ୍ଧରୁ ଜଣେ, ମୟୂରଭଂଜରୁ ଜଣେ, କେନ୍ଦୁଝର ଓ ନୂଆଁପଡ଼ାରୁ ୨-୨ ଜଣ ଦଲାଲ ଗିରଫ ହୋଇଛନ୍ତି। ଦଲାଲ ଦମନ ଅଭିଯାନର ପ୍ରଥମ ଦିନରେ ୩୦ରୁ ଅଧିକ, ଦ୍ୱିତୀୟ ଦିନରେ ୭୫ ଓ ତୃତୀୟ ଦିନରେ ୩୩ ଜଣ ଦଲାଲ ଗିରଫ ହୋଇଥିଲେ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓମାନଙ୍କ ସହ ନୂଆ ଟ୍ରାଫିକ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରୁଥିବା, ନିଶାଦ୍ରବ୍ୟ ସେବନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କଡ଼ା ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe