ପ୍ରଥମ ଇଂନିସରେ ଆରସିବିର ସ୍କୋର ୧୫୬ । ୭୦ ରନର ଦମଦାର ଇଂନିସ ଖେଳିଲେ ଦେବଦତ୍ତ ପାଡିକଲ ।

80

କନକ ବ୍ୟୁରୋ: ଆଜି ଆଇପିଏଲରେ ଭେଟାଭେଟି ହେଉଛନ୍ତି ଚେନ୍ନାଇ-ବାଙ୍ଗାଲୋର । ଯାହାର ପ୍ରଥମ ଇଂନିସରେ ଆରସିବି ୧୫୬ ରନ୍ କରିବାକୁ ସମର୍ଥ ହୋଇଛି । ତେଣୁ ଚେନ୍ନାଇକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୫୭ ରନ୍ କରିବାକୁ ହେବ । ଆଜି ଟସ୍ ଜିତି ସିଏସକେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯାହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ କୋହଲି ଓ ପାଡିକଲ । ଦୁହେଁ ପ୍ରଥମ ୱିକେଟରେ ୧୧୧ ରନର ଦମଦାର ପାର୍ଟନରସିପ୍ ଗଢିଥିଲେ । ହେଲେ ଏହାପରେ କିନ୍ତୁ ଆରସିବି ବ୍ୟାଟ୍ସମ୍ୟାନମାନେ ପ୍ୟାଭିଲିୟନ ମୁହାଁ ହୋଇଥିଲେ । ଦଳ ମାତ୍ର ୧୫୬ ରନରେ ନିଜର ୬ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା । ଚେନ୍ନାଇ ପକ୍ଷରୁ ବ୍ରାଭୋ ୩ଟି, ସାର୍ଦ୍ଧୁଲ ଠାକୁର ୨ଟି ୱିକେଟ୍ ହରାଇଥିଲେ । ତାଙ୍କ ସହିତ ଦ୍ରୁତ ବୋଲର ଦୀପକ ଚହର ମଧ୍ୟ ଗୋଟିଏ ସଫଳତା ପାଇଥିଲେ ।