ଋତୁରାଜଙ୍କ ଦମଦାର ବ୍ୟାଟିଂ । ୧୫୬ ରନ କଲା ଚେନ୍ନାଇ, ମୁମ୍ବାଇ ଆଗରେ ୧୫୭ ରନ ଟାର୍ଗେଟ

88

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିଛି । ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଆରମ୍ଭରୁ ମୁମ୍ବାଇର ଚମତ୍କାର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଚେନ୍ନାଇର ବ୍ୟାଟ୍ସମ୍ୟାନମାନେ । ହେଲେ ଶେଷ ଆଡକୁ ଚେନ୍ନାଇ ଚମôତାର ବ୍ୟାଟିଂ କରି ୧୫୬ ରନ ସ୍କୋର କରିପାରିଛି । ଫଳରେ ମୁମ୍ବାଇ ଆଗରେ ଏବେ ୧୫୭ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲେ ଋତୁରାଜ ଓ ଫାପ ଡୁପ୍ଲେସିସ । ହେଲେ ଆରମ୍ଭରୁ ଡୁପ୍ଲେସିସ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହାପରେ ରାଇନା, ଧୋନୀ, ମୋଇନ ଅଲ୍ଲୀଙ୍କ ଭଳି ବ୍ୟାଟ୍ସମ୍ୟାନ ମଧ୍ୟ ବିଫଳ ହୋଇଥିଲେ ।

ହେଲେ ଶେଷ ଆଡକୁ ଋତୁରାଜଙ୍କ ସହ ଜାଡେଜାଙ୍କ ଯୋଡି ଚେନ୍ନାଇକୁ ମଜବୁତ ସ୍ଥିତିକୁ ନେଇଥିଲା । ଜାଡେଜାଙ୍କ ପରେ ବ୍ରାଭୋ ମଧ୍ୟ ୩ଟି ଛକା ମାରି ଦଳୀୟ ସ୍କୋରରୁ ଆଗେଇ ନେଇଥିଲେ । ଫଳରେ ୨୦ ଓଭରରେ ଚେନ୍ନାଇ ୬ ୱିକେଟ ହରାଇ ୧୫୬ ରନ କରିବାରେ ସଫଳ ହୋଇଥିଲା ।