ଜମ୍ମୁ-କାଶ୍ମୀରରେ ପ୍ରସ୍ତୁତ ହେଉଛି ୧୫ ହଜାର ବଙ୍କର୍ ! ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରୁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ପ୍ରସ୍ତୁତ କରୁଛି ବଙ୍କର୍ । 

ଜମ୍ମୁ-କାଶ୍ମୀରରେ ପ୍ରସ୍ତୁତ ହେଉଛି ୧୫ ହଜାର ବଙ୍କର୍ ! ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରୁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ପ୍ରସ୍ତୁତ କରୁଛି ବଙ୍କର୍ । 

କଶ୍ମୀର ଉପତ୍ୟକାରେ ଶାନ୍ତି ଭଙ୍ଗ କରିବାକୁ ୨୦୧୯ ଜାନୁଆରିରୁ ନଭେମ୍ବର ୧୫ ତାରିଖ ମଧ୍ୟରେ ନିୟନ୍ତ୍ରଣ ରେଖା ସମେତ ଜମ୍ମୁ ଓ କଶ୍ମୀରର ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ୨୫୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହି ସବୁ ଅଞ୍ଚଳର ନାଗରିକମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ନିମନ୍ତେ ସମୁଦାୟ ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତିକ ସୀମାରେଖା ଧାରେ ଧାରେ ପ୍ରାୟ ୧୪, ୪୬୦ଟି ବଙ୍କର୍ ନିର୍ମାଣ କରାଯାଇଛି। ଏଥିପାଇଁ ୨୦୧୮ରେ କେନ୍ଦ୍ର ସରକାର ୪୧୫. ୭୩ କୋଟି ଟଙ୍କା ମଞ୍ଜୁର କରିଥିଲେ ଏବଂ ଏଯାବତ୍ ୯୦% ବଙ୍କର୍ କାମ ସରିଛି।

publive-image

କେବଳ ଅକ୍ଟୋବର ମାସରେ ୩୫୦ଟି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ଘଟିଛି। ଏହା ହେଉଛି ୨୦୧୯ ମସିହାର ୧୦ ମାସ ମଧ୍ୟରେ ସର୍ବାଧିକ। ନଭେମ୍ବର ମାସର ପ୍ରଥମ ୧୧ ଦିନ ପାକିସ୍ତାନ ପଟୁ ପ୍ରାୟ ୯୭ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ୨୦୧୯ ମସିହା ଅଗଷ୍ଟ ମାସରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ୩୦୦ ଛୁଇଁଥିଲା। ହିରଣନଗର, ଅଖନୂର, ସୁନ୍ଦରବନୀ, ନୌଶେରା, ରାଜୌରି, ମେନ୍ଧାର, ପୁଞ୍ଚ୍, ଉଦି ଏବଂ କୁପଓ୍ଵାଡ଼ା ଆଦି ଜିଲ୍ଲାରେ ପାକିସ୍ତାନ ପ୍ରାୟ ସବୁ ଦିନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।

କଠୁଆରୁ କୁପଓ୍ଵାରାର ତଙ୍ଗଦର ଯାଏଁ ପାକିସ୍ତାନୀ ସେନା ବେସାମରିକ ନାଗରିକଙ୍କ ଉପରକୁ ଦୈନିକ ଦଶ ଥର ମୋର୍ଟାର ନିକ୍ଷେପ କରୁଛି। ଏହି ସବୁ ନାଗରିକମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ନିମନ୍ତେ ସମୁଦାୟ ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତିକ ସୀମାରେଖା ଧାରେ ଧାରେ ପ୍ରାୟ ୧୪, ୪୬୦ଟି ବଙ୍କର୍ ନିର୍ମାଣ କରାଯାଇଛି। ଏଥିପାଇଁ ୨୦୧୮ରେ କେନ୍ଦ୍ର ସରକାର ୪୧୫. ୭୩ କୋଟି ଟଙ୍କା ମଞ୍ଜୁର କରିଥିଲେ ଏବଂ ଏଯାବତ୍ ୯୦% ବଙ୍କର୍ କାମ ସରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe