ବିଜୁ ସେତୁ ଯୋଜନାରେ ୧୫୦୦ଟି ନୂଆ ସେତୁ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧୫ ହଜାର କି.ମି ରାସ୍ତା ନିର୍ମାଣ ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦେଲା ସୂଚନା ।

ବିଜୁ ସେତୁ ଯୋଜନାରେ ୧୫୦୦ଟି ନୂଆ ସେତୁ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧୫ ହଜାର କି.ମି ରାସ୍ତା ନିର୍ମାଣ ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦେଲା ସୂଚନା ।

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ବିଭାଗର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ରେ କଣ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ୨୦୨୩ ସୁଦ୍ଧା କଣ ପୂରା ହୋଇଛି ତାହାର ଗୋଟି ଗୋଟି ହିସାବନିକାଶ ଚାଲିଛି । ଏପରିକି ନବୀନଙ୍କ ୨୩ ବର୍ଷର ଶାସନ ମଧ୍ୟରେ  ବିଭାଗ ପକ୍ଷରୁ କଣ କଣ କାମ ହୋଇଛି ତାହାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି, ୨୦୦୦ରେ ବଜେଟ୍ ଥିଲା ୩୦୫ କୋଟି  । ଏବେ ଏହା ୭୫୦୦ କୋଟିକୁ ବୃଦ୍ଧି ପାଇଛି। ୨୩ ବର୍ଷରେ ୨୫ଗୁଣା ବଢ଼ିଛି ବଜେଟ୍ । ୨୨୪୧ଟି ସେତୁ ନିର୍ମାଣ ସରିଛି। ୧ ଲକ୍ଷ ୩ ହଜାର ୭୩୧  କିମି ରାସ୍ତା ନିର୍ମାଣ ହୋଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ହଜାର କିମି ରାସ୍ତା କରିବାକୁ ଇସ୍ତାହାରରେ କୁହାଯାଇଥିଲା କିନ୍ତୁ ଏବେସୁଦ୍ଧା  ୬୨୪୭ କିମି ରାସ୍ତା ନିର୍ମାଣ କରାଯାଇଛି । ୫୨ଟି ବ୍ରିଜ ବଡ ବଡ ନଦୀ ଉପରେ ବି ନିର୍ମାଣ କରିଛି ବିଭାଗ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟକୁ ୧୧୫୮ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମା ମୁକ୍ତ ରାସ୍ତା କରିବାକୁ ୫୦ ହଜାର କିମିରୁ ଅଧିକ ରାସ୍ତାର ଗୁଣବତ୍ତା ଉନ୍ନତି ଆଣିବାକୁ ଯୋଜନା କରୁଛି ବିଭାଗ ।

ବିଜୁ ସେତୁ ଯୋଜନାରେ ୬ହଜାର କୋଟି ବ୍ୟୟରେ ବିଭାଗ ୧୫୦୦ଟି ନୂଆ ସେତୁ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧୫ ହଜାର କିମି ରାସ୍ତା ୧୨ ହଜାର କୋଟି ବ୍ୟୟରେ ନିର୍ମାଣ ହେବ। କିଛି କିଛି ସ୍ଥାନରେ ନିମ୍ନମାନର ରାସ୍ତା ହେବା କ୍ଷଣି ଲୋକେ ସଙ୍ଗେ ସଙ୍ଗେ ଟ୍ୱିଟ୍ କରି ଜଣାଉଛନ୍ତି । ଅଭିଯୋଗ ପାଇବା କ୍ଷଣି ବିଭାଗ ପକ୍ଷରୁ ସ୍କ୍ୱାର୍ଡ ଯାଇ ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe