ମାଲକାନଗିରିରେ କଇଁଛ ଚୋରାଚାଲାଣ : ଦେଢଶହରୁ ଅଧିକ କଇଁଛ ଜବତ

130

କନକ ବ୍ୟୁରୋ : ମାଲକାନଗିରି କାଲିମେଳା ଅଂଚଳରୁ ଜବତ ହୋଇଛି ଦେଢ଼ ଶହରୁ ଅଧିକ କଇଁଛ । କଇଁଛ ଚୋରା ଚାଲଣ ନେଇ ସୂଚନା ପାଇବା ପରେ ଏମପିଭି-୬୫ ଜଙ୍ଗଲରେ ଚଢ଼ାଉ କରିଥିଲା ବନ ବିଭାଗ । ଚଢ଼ାଉ ବେଳେ ଚୋରା ଚାଲଣ ହେଉଥିବା କଇଁଛର ସନ୍ଧାନ ମିଳିଥିଲା । କଇଁଛଗୁଡିକୁ ଜବତ କରାଯାଇଥିଲା । ଆନ୍ଧ୍ରରୁ ଏହି କଇଁଛ ଚୋରାରେ ବିକ୍ରି କରିବା ପାଇଁ କାଳିମେଳା ଅଣା ଯାଇଥିବା ସୂଚନା ମିଳିଛି । ତେବେ ଯେଉଁମାନେ ଏହି ବେଆଇନ କାରବାରରେ ସଂପୃକ୍ତ ଥିଲେ, ସେମାନଙ୍କୁ ଧରି ପାରିନାହିଁ ବନ ବିଭାଗ ।