ବସ୍ତାରୁ ୧୫୦ଗ୍ରାମର ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ : ସମ୍ପୃକ୍ତ ମହିଳା ବ୍ୟବସାୟୀ ଓ ଡ୍ରାଇଭରକୁ ଗିରଫ

126

କନକ ବ୍ୟୁରୋ : ଜଳେଶ୍ୱରରୁ ପୁଣି ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ କଲା ଅବକାରୀ ବିଭାଗ । ବାଲେଶ୍ୱର ଅବକାରୀ ଅଧିକ୍ଷକ ଅଶୋକ ଶତପଥିଙ୍କ ତତ୍ୱାବଧାନରେ ଏକ ୧୫ ଜଣିଆ ଟିମ ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥ ଚାଲନ୍ତି ନିକଟରୁ ବ୍ରାଉନ ସୁଗାର ଜବତ କରିଛନ୍ତି । ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଡ୍ରାଇଭର ଓ ଜଣେ ମହିଳା ବ୍ୟବସାୟୀକୁ ଗିରଫ କରିଛି ଅବକାରୀ ବିଭାଗ ।

ଜବତ ବ୍ରାଉନ ସୁଗାରର ଅନୁମାନିକ ମୁଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗାଡି ଡ୍ରାଇଭର ଜଣକ ଯାଜପୁର ଜିଲ୍ଲା ଯାଜପୁର ରୋଡ ଅଂଚଳର ପ୍ରଫୁଲ୍ଲ ପାତ୍ର ଏବଂ ସମ୍ପୃକ୍ତ ମହିଳା ବ୍ୟବସାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଂଚଳର ବୋଲି ଜଣା ପଡିଛି । ଅବକାରୀ ଅଧିକାରୀ ମାନେ ବ୍ରାଉନ ସୁଗାର ଏବଂ ବ୍ୟବହୃତ ଭ୍ୟାନକୁ ଜବତ କରିବା ସହିତ ସମ୍ପୃକ୍ତ ମହିଳା ବ୍ୟବସାୟୀ ଓ ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ କରୁଛି ।