ମହାରାଷ୍ଟ୍ରର ଦାଦର ପୋଲିସ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ବିଲ୍ଡିଂ, ୧୫ ବର୍ଷୀୟା ନାବାଳିକା ମୃତ ।

72

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବ ଦାଦର ପୁଲିସ୍ ଷ୍ଟେସନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଜଣେ ୧୫ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଛି। ପୁଲିସ୍ ଷ୍ଟେସନ୍ ବିଲ୍ଡିଂର ତୃତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ କିଭଳି ଏହି ବିଲ୍ଡିଂରେ ନିଆଁ ଲାଗିଲା ତାହାର କାରଣ ଏଯାଏଁ ଜଣା ପଡିନାହିଁ ।

ଏହି ଅଗ୍ନିକାଣ୍ଡର ଫଟୋ ଟ୍ଵଟର୍ରେ ସେୟାର୍ ହେବା ପରେ ଖବରଟି ଚାରିଆଡ଼େ ବ୍ୟାପିଛି। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି ।