କନକ ନ୍ୟୁଜ୍ : ରାଜ୍ୟର ୧୫ଟି ସହରର ତାପମାତ୍ରା ଆଜି ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୫.୮ ରେକର୍ଡ କରାଯାଇଛି। ଟିଟିଲାଗଡ଼ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସହରର ତାପମାତ୍ରା ଆଜି ଅସହ୍ୟ ହୋଇପଡ଼ିଛି। ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ସୂର୍ଯ୍ୟର ପ୍ରକୋପ ଏମିତି ଥିଲା, ଯାହା ଦ୍ୱାରା କି ଲୋକେ ଘରୁ ବାହାରିବା ପାଇଁ ସାହାସ କରିପାରୁନଥିଲେ।
ପାଣିପାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ବଲାଙ୍ଗୀର ସହରର ତାପମାତ୍ରା ସର୍ବାଧିକ ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪୫.୫ ଡିଗ୍ରି ରେକର୍ଡ କରାଯାଇଛି। ସେହିଭଳି ସମ୍ବଲପୁରରେ ପାରା ୪୪.୬ ଡିଗ୍ରି ରେକର୍ଡ ହୋଇଛି। ପ୍ରବଳ ଖରାରେ ଆଜି ରାଜଧାନୀବାସୀ ମଧ୍ୟ ଛଟପଟ ହୋଇଛନ୍ତି। ଭୁବନେଶ୍ୱରରେ ଆଜି ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/normal-body-temperature-periodic-fever-syndrome.jpg)