ଆସନ୍ତାକାଲି ଭାରତ ବନ୍ଦ । ରାସ୍ତାରେ ଗଡିବନି ଗାଡି, ଦୋକାନ ବଜାରରେ ଝୁଲିବ ତାଲା । ମହାବନ୍ଦକୁ ଦୃଷ୍ଟିରେ ରଖି ରାଜଧାନୀ ଜଗିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ

କର୍ଫ୍ୟୁ ପାଇଁ ଆଜି ଗଡିବନି ବସ୍ । ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ବସ୍ ନଚଳାଇବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ନିଷ୍ପତି

କନକ ବ୍ୟୁରୋ: ଆସନ୍ତାକାଲି ଭାରତ ବନ୍ଦ । ୧୨ ଦଫା ନେଇ ଧର୍ମଘଟ ଡାକରା ଦେଇଛି ବାମପନ୍ଥୀ ସମର୍ଥିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ  । ବେକାରୀ, ବେରୋଜଗାର, ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୨୪ ଘଂଟିଆ ଭାରତ ବନ୍ଦ ଡାକରା ଦେଇଛି ମିଳିତ ମଂଚ ।  ତେବେ ଏହି ବନ୍ଦ ପାଳନକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମର୍ଥନ ଜଣାଇଥିବା ବେଳେ ଭାରତ ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ ।

ସେପଟେ, ଜୋରଦାରିଆ ହୋଇପାରେ ଆସନ୍ତାକାଲି ବନ୍ଦ ପାଳନ । ଶ୍ରମିକ ସଙ୍ଗଠନ ସହ ରାଜନୈତିକ ଦଳର ସମର୍ଥନ ମିଳିବା ପରେ ବନ୍ଦ ପାଳନ ଜୋରଦାରିଆ ହୋଇପାରେ ବୋଲି ଆଶା ପ୍ରକାଶ କରାଯାଉଛି । ତେବେ ଆସନ୍ତାକାଲି ସକାଳ ୬ଟାରୁ ୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ। ଧର୍ମଘଟ ଯୋଗୁଁ ଆସନ୍ତାକାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବସ୍ ଚଳାଚଳ । ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି । ସେହିଭଳି ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ, କଲେଜ ଯିବା ପାଇଁ ଅସୁବିଧା ହେବ। ତେବେ ଧର୍ମଘଟ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ନିଷ୍ପତି ନିଆଯାଇନଥିଲେ ହେଁ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅନୁରୋଧ କରିଛନ୍ତି।

ବନ୍ଦ ପାଳନ ବେଳେ ଯେପରି କୌଣସି ପ୍ରକାରର ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜେ ତା ଉପରେ ନଜର ରଖାଯିବ ସହ ରେଳ ଓ ବସ ଚଳାଚଳ ସ୍ବଭାବିକ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ  ଆସନ୍ତାକାଲି ରାଜଧାନୀର ବିଭିନ୍ନ ଛକରେ ପୋଲିସ ଫୋର୍ସକୁ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସକୁ ମଧ୍ୟ ନିୟୋଜିତ କରାଯିବ ।  ୧୫ ପ୍ଲାଟୁନ ପୋଲିସ ଫୋର୍ସ ଦ୍ୱାରା ନଜରରେ ରଖାଯିବ ସମ୍ପୂର୍ଣ୍ଣ ରାଜଧାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe