କନକ ବ୍ୟୁରୋ : ବାହାଘରରେ ବିଷାକ୍ତ ଚା’ ପିଇ ୧୫ ଗୁରୁତର । ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଠାରେ । ବିଷାକ୍ତ ଚା’ ପିଇବାରୁ ୧୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି ।
ମିଳିଥିବା ସୂଚନା ଅନୁସାରେ, ଗୁରୁତରଙ୍କୁ ଜଳେଶ୍ୱରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଚାହା ତିଆରି ବେଳେ କୀଟନାଶକ ପଡିଥିବା ସନ୍ଦେହ କରାଯାଉଛି । କାଞ୍ଚିଭଉଁରୀ ପଞ୍ଚାୟତ ରଣସିଂହପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ବାହଘରରେ ଆଜି ସକାଳେ ବିଷାକ୍ତ ଚା ପିଇ ୧୫ରୁ ଅଧିକ ଗୁରୁତର ହୋଇପଡିଛନ୍ତି । ବାହାଘର ପାଇଁ ବନ୍ଧୁବାନ୍ଧବ ଘରକୁ ଆସିଥିବାବେଳେ ଆଜି ସକାଳେ ସେମାନଙ୍କୁ ଚା ଦିଆଯାଇଥିଲା । ଆଉ ଚା ପିଇବା ପରେ କେତେଜଣ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରଷା ଯାଇଥିବା ଚାରେ କୀଟନାଶକ ମିଶିଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ରଣସିଂପୁର ଗାଁରେ ହଇଚଇ ସୃଷ୍ଟି ହୋଇଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/TEA.jpg)