ହୀରାକୁଦରେ ହେବ ଆଉ ୧୫ଟି ନୂଆ ଗେଟ୍ ! ପ୍ରବାହ ଓ ଡ୍ୟାମ ପ୍ରତି ଥିବା ବିପଦକୁ ଏଡାଇବା ପାଇଁ ଏକ ନୂଆ ସ୍ପିଲ ୱେ କରିବେ ରାଜ୍ୟ ସରକାର ।

165

କନକ ବ୍ୟୁରୋ : ଦେଶର ସର୍ବବୃହତ ଡ୍ୟାମ ହିରାକୁଦକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା । ହିରାକୁଦରେ ଜଳ ପ୍ରବାହ ଓ ଡ୍ୟାମ ପ୍ରତି ଥିବା ବିପଦକୁ ଏଡାଇବା ପାଇଁ ଏକ ନୂଆ ସ୍ପିଲ ୱେର କାମ ଆରମ୍ଭ ହେବାକୁ ଯାଉଛି । ହିରାକୁଦରେ ଆଉ ୧୫ଟି ନୂଆ ଗେଟ କରିବେ ସରକାର । ୩ ବର୍ଷ ଭିତରେ ଏହି କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ମୋଟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।

ହିରାକୁଦ ଡ୍ୟାମର ସୁରକ୍ଷା ନେଇ ସିଡବ୍ଲ୍ୟସିର ଅଧ୍ୟକ୍ଷ ମାସୁଦ ହୋସେନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ହୀରାକୁଦ ଡ୍ୟାମ୍ ଦେଶର ସର୍ବବୃହତ ଡ୍ୟାମ ହୋଇଥିବା ବେଳେ ଡ୍ୟାମକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର । ହୀରାକୁଦରେ ଜଳ ପ୍ରବାହ ଏବଂ ଡ୍ୟାମ୍ ପ୍ରତି ବିପଦ ଥିବା କୁହାଯାଉଛି । ତେବେ ଏହାର ସମାଧାନ ପାଇଁ ହୀରାକୁଦ ଡ୍ୟାମରେ ଅ୍ଧମ ୧୫ଟି ନୂଆ ଗେଟ୍ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।