ପୁଣି ୧୫ ପଜିଟିଭ । ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ । ବୌଦ୍ଧ ଜିଲ୍ଲାକୁ ପ୍ରଥମ ଥର ପାଇଁ ଡେଇଁଲା, ପୁରୀକୁ ପୁଣି ଫେରିଲା କରୋନା । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୩୭୭କୁ ବଢିଲା

2,108

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ତାଜା ଖବର । ପୁଣି ୧୫ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଉ ୧୫ ଜଣଙ୍କ ନମୂନାରେ କରୋନା ପଜିଟିଭ । ଗଞ୍ଜାମରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ । ବୌଦ୍ଧରୁ ୩, ଯାଜପୁରରୁ ଜଣେ, ପୁରୀରୁ ୨ ଜଣ ଏବଂ ଅନୁଗୁଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ସେପଟେ ଗଞ୍ଜାମରୁ ପୁଣି ୭ ବାହାରିବା ପରେ ଏବେ ଜିଲ୍ଲାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବଢିଛି । ସେହିପରି ଆଜି ସକାଳେ ଅନୁଗୁଳରେ ପ୍ରଥମ ଥର ପାଇଁ ୧୩ ପଜିଟିଭ ବାହାରିବା ପରେ ସନ୍ଧ୍ୟାରେ ପୁଣି ୨ ନୂଆ ଆକ୍ରକାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଏବେ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୫କୁ ଛୁଇଁଛି ।

ସେପଟେ ପ୍ରଥମ ଥର ପାଇଁ ବୌଦ୍ଧକୁ ବ୍ୟାପିଛି । ଆଉ ଏକାଥରେ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ତାଲିକାରେ ଯୋଡି ହୋଇଛି ୨୧ ଜିଲ୍ଲା । ରାଜ୍ୟରେ ଏବେ ମୋଟ ୨୧ ଜିଲ୍ଲା କରୋନା କବଜାରେ ରହିଛି । ନୂଆ ୧୫ ଆକ୍ରାନ୍ତଙ୍କ ଚିହ୍ନଟ ପରେ ରାଜ୍ୟରେ ଏବେ ମୋଟ ପଜିଟିଭ ସଂଖ୍ୟା ୩୭୭କୁ ବଢିଲା । ସକ୍ରିୟ କେସ୍ ୩୦୬, ସୁସ୍ଥ ୬୮ ଓ ମୃତ ୩ ଜଣ ଅଛନ୍ତି ।