କନକ ବ୍ୟୁରୋ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା । ବିରୋଧୀଙ୍ଗ ହୋହାଲ୍ଲା ଭିତରେ ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଥମ ଥର ପାଇଁ ସରକାର ପ୍ରତିକ୍ରିୟା ରଖିଛନ୍ତି । ସଂସଦରେ ବିବୃତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସାଂସଦ ମାନେ ପାସ୍ ଇସ୍ୟୁ କରିବା ବେଳେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଗୁରୁବାର ସଂସଦର ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ବୟାନ ରଖନ୍ତୁ ବୋଲି ବିରୋଧୀ ଦାବି କରିିଥିଲେ । ଏପରିକି ଗୃହରେ ବିରୋଧୀ ହଙ୍ଗାମା କରିବା ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହାରି ଭିତରେ ବାଚସ୍ପତି ଓମ ବିର୍ଲା ଗୃହକୁ ୨ଟା ଯାଏଁ ମୁଲତବୀ କରିଥିଲେ । ଏହାସହ ବାଚସ୍ପତି କହିଛନ୍ତି ଆମେ ସମସ୍ତେ ଏଥିପାଇଁ ଚିନ୍ତିତ ଅଛୁ । ବଡ଼ କଥା ହେଉଛି ମହିସୁର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାଁରେ ଭିଜିଟର୍ସ ପାସରେ ସଂସଦକୁ ଆସିଥିଲେ ଦୁଇ ଯୁବକ । ଯାହାକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ସେପଟ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୃହରେ ହୋ ହାଲ୍ଲା କରୁଥିବା ଅଭିଯୋଗରେ ଲୋକସଭାର ୧୪ ଜଣ ସାଂସଦ ଓ ରାଜ୍ୟସଭାର ଜଣେ ସାଂସଦଙ୍କୁ ନିଲମ୍ବନ କରାଯାଇଛି ।

Advertisment