ପିଅନ ପଦବୀ ପାଇଁ ଆବେଦନ କଲେ ୧୫ ଲକ୍ଷ ଯୁବକ । ପାକିସ୍ତାନରେ ଏମିତି ଚାଲିଛି ନିଯୁକ୍ତି ସଙ୍କଟ ।

105

କନକ ବ୍ୟୁରୋ : ଗୋଟିଏ ପଦବୀ ପାଇଁ ଆବେଦନ କଲେ ୧୫ ଲକ୍ଷ ଆଶାୟୀ । ତେବେ ଏହା କୌଣସି ଏକ ବଡ଼ ପଦବୀ ନୁହେଁ, ବରଂ ପିଅନ ପଦବୀ ପାଇଁ ୧୫ ଲକ୍ଷରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ପାକିସ୍ତାନରୁ କିଛି ଏଭଳି ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ହାଇକୋର୍ଟରେ ଏକ ପିଅନ ପଦ ପାଇଁ ଅତି କମରେ ୧୫ ଲକ୍ଷ ଲୋକ ଆବେଦନ କରିଥିଲେ । ଅଧିକାରୀମାନେ କହିଛନ୍ତି ଯେ ଏହି ଚାକିରି ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଏମଫିଲ୍ ଡିଗ୍ରୀଧାରୀ ମଧ୍ୟ ଅଛନ୍ତି ।

ଏହା ଜଣାପଡିବା ପରେ ଲୋକଙ୍କୁ ରୋଜଗାର ଯୋଗାଇବାରେ ଇମ୍ରାନ ଖାନ ସରକାର ଅସଫଳ ବୋଲି ପ୍ରମାଣିତ ହୋଇଛନ୍ତି । ସୋମବାର ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଇକୋନୋମିକ୍ସ (PIDE) ର ତଥ୍ୟ ଅନୁଯାୟୀ ପାକିସ୍ତାନରେ ବେକାରୀ ହାର ୧୬% ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଇକୋନୋମିକ୍ସ କହିଛି ଯେ ବର୍ତ୍ତମାନ ଦେଶରେ ଅତି କମରେ ୨୪ ପ୍ରତିଶତ ଶିକ୍ଷିତ ଲୋକ ବେରୋଜଗାରୀ ହୋଇ ଚାକିରୀ ଆଶାରେ ଅଛନ୍ତି । ଯୋଜନା ଏବଂ ବିକାଶ ଉପରେ ସିନେଟ ଷ୍ଟାଣ୍ଡିଂ କମିଟିକୁ ଦେଇଥିବା ସୂଚନାରେ ପିଆଇଡିଇ କହିଛି ଯେ ସମଗ୍ର ଦେଶରେ ୪୦ ପ୍ରତିଶତ ଶିକ୍ଷିତ ମହିଳା ମଧ୍ୟ ବେକାର ଅଛନ୍ତି ।