ରାଜ୍ୟକୁ ଦିଆଯାଉ ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା । କେନ୍ଦ୍ରକୁ ଅନୁରୋଧ କଲା ରାଜ୍ୟ ।

122

କନକ ବ୍ୟୁରୋ : ଓଡ଼ିଶାକୁ ଶୀଘ୍ର ୧୫ ଲକ୍ଷ କୋଭିସିଲ୍ଡ ଡୋଜ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ରାଜ୍ୟରେ ୬ ଲକ୍ଷ କୋଭିସିଲ୍ଡ ଡୋଜ୍ ରହିଛି । ଏହି ଟିକା ୨ ଦିନ ପାଇଁ ପର୍ଯ୍ୟାପ୍ତ ହେବ । କାଲି ରାଜ୍ୟକୁ ୩ ଲକ୍ଷ ୪୯ ହଜାର କୋଭିସିଲ୍ଡ ଟିକା ଆସିବାର ଅଛି । ଏହି ଡୋଜ ଟିକାକରଣ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଡୋଜ ପଠାଇବାକୁ ଚିଠିରେ ଉଲ୍ଲେଖ ।

କାରଣ ରାଜ୍ୟରେ ପ୍ରତ୍ୟେକ ଦିନ ୨ ଲକ୍ଷ କୋଭିସିଲ୍ଡ ଟିକା ଦିଆଯାଉଛି । ତେଣୁ ଆଗାମୀ ୨ ଦିନ ମଧ୍ୟରେ କୋଭିସିଲ୍ଡ ଟିକାର ଅଭାବ ଦେଖାଦେବ । ତେଣୁ ତୁରନ୍ତ କୋଭିସିଲ୍ଡ ଟିକା ପଠାଇବାକୁ ଅନୁରୋଧ କଲା ରାଜ୍ୟ ।