କନକ ବ୍ୟୁରୋ : ବିସ୍ଥାପିତଙ୍କୁ ପ୍ରଥମେ ଦାବି ମୁତାବକ ଆବଶ୍ୟକ କ୍ଷତିପୂରଣ ଦିଅ ତାପରେ ଜମି ଅଧିଗ୍ରହଣ କରିବ । ମଙ୍ଗଳବାର ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ମିଳିଥିବା କୋଲ ବ୍ଲକର ଆରପିଡିଏସି ବୈଠକ ବସିଥିଲା । ଏହି ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ବିସ୍ଥାପିତଙ୍କ ପାଇଁ ଏଭଳି କିଛି ଦାବି କରିଛନ୍ତି ।

Advertisment

ଆଉ ବୈଠକ ବିଫଳ ହୋଇଛି ବୋଲି କହିଛନ୍ତି । ଜିନ୍ଦଲ କମ୍ପାନୀ ଦାବି ପୂରଣ କରିବାରେ ବିଫଳ ହୋଇଛି ବୋଲି କହିଛନ୍ତି । ଉତ୍କଳ ବି୧ ଓ ବି୨ କୋଇଲା ଖଣି ପାଇଁ ଏହି ବୈଠକ ହୋଇଥିଲା । ଏହି ବୈଠକରେ ସମ୍ବଲପୁର ଆରଡିସି, ଜିନ୍ଦଲ କମ୍ପାନୀର ଉପସଭାପତି, ବିଧାୟକ ସମେତ ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ । ବୈଠକ ସମୟରେ ଜିଲ୍ଲାପାଳ ପୁନର୍ବାସ ଏବଂ ପୁନଃ ଥାଇଥାନ ପ୍ୟାକେଜ ଘୋଷଣା କରିଥିଲେ ।

ଯେଉଁଥିରେ ଘର, ଜମି ଏବଂ ଆଗୁଆ ସ୍ଥାନ ଛାଡିବା ପାଇଁ ୧୫ ଲକ୍ଷ ଟଙ୍କା ଏବଂ ଚାକିରି ବଦଳରେ ୨୦ ଲକ୍ଷ ଟଙ୍କା ରହିଛି । ଏହା ବ୍ୟତୀତ ଏକର ପ୍ରତି ୧୨ ଲକ୍ଷ ଟଙ୍କାର ଏକ୍ସ-ଗ୍ରାଟିଆ ମଧ୍ୟ ଘୋଷଣା କରାଯାଇଛି । ଜିଲ୍ଲାପାଳ କହିଛନ୍ତି ଏହା ସବୁଠୁ ଭଲ ପ୍ୟାକେଜ । ହେଲେ ବିଧାୟକ କହିଛନ୍ତି, ଗ୍ରାମବାସୀ ଦାବି କରୁଛନ୍ତି ଏକର ପିଛା ୧୫ ଲକ୍ଷ ଦିଆଯାଉ । ପ୍ୟାକେଜ ୨୦ ଲକ୍ଷରୁ ୪୦ ଲକ୍ଷ ଦିଆଯାଉ ବୋଲି ଦାବି କରିଛନ୍ତି । ହେଲେ ଜିନ୍ଦଲ କମ୍ପାନୀ ଦିବା ପୂରଣ କରିପାରିବେ ନାହିଁ ।