କିଛି ସମୟ ଧରି ଲୋକଙ୍କ ମଧ୍ୟରେ ଲାଗିରହିଥିବା ନକଲି ୧୦ ଟଙ୍କିଆ ମୁଦ୍ରାର ଡର ଏବେ ଯେମିତି ମୁଣ୍ଡବିନ୍ଧାର କାରଣ ପାଲିଟିଛି । ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ଅସଲି ୧୦ ଟଙ୍କିଆ ମୁଦ୍ରାର ପରିଚୟ ମିଳିଛି । ଏହି ତାଲିକାରେ ୧୪ ଟି ୧୦ ଟଙ୍କିଆ ମୁଦ୍ରା ରହିଛି । ଆରବିଆଇ ତରଫରୁ ଏହି ୧୪ ଟି ମୁଦ୍ରାକୁ ଅସଲିର ପରିଚୟ ମିଳିସାରିଛି ଏହି ମୁଦ୍ରା ନେବାକୁ କେହି ବି ମନା କରିପାରିବେ ନାହିଁ ।
ଆପଣ ବଜାରରେ ଦେଖୁଥିବା ୧୦ ଟଙ୍କିଆ ମୁଦ୍ରା ୨୦୦୯ ମସିହାରେ ଛପା ହେବା ଆରମ୍ଭ ହୋଇଥିଲା । ଏହାକୁ ୧୪ ଟି ଅଲଗା ଅଲଗା ଷ୍ଟାଇଲରେ ଛପା ଯାଇଛି ଯାହା ଭାରତର ସଂସ୍କୃତି,ଅର୍ଥନୀତି ଏବଂ ସମାଜକୁ ଦର୍ଶାଉଅଛି । ତେବେ ଆପଣଙ୍କୁ ଆମେ ଏହି ୧୪ ଟି ୧୦ ଟଙ୍କିଆ ମୁଦ୍ରାର ଝଲକ ଦେଖାଇବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ଅସଲି ଏବଂ ନକଲିର ଫରକ ଶୀଘ୍ର ଜଣାପଡିବ ।
୧. ଶ୍ରୀମଦ୍ ରାଜଚନ୍ଦ୍ରଙ୍କ ୧୫୦ ତମ ଜନ୍ମଦିବସରେ ଜାରି କରାଯାଇଥିବା ମୁଦ୍ରା ।
୨. ନ୍ୟାସନାଲ ଅର୍କାବ୍ର ୧୨୫ ତମ ବର୍ଷଗଟନରେ ଜାରି କରାଯାଇଥିବା ମୁଦ୍ରା ।
୩. ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜନ୍ମତିଥି ଅବସରରେ ଜାରି କରାଯାଇଥିବା ମୁଦ୍ରା ।
୪. ଡ଼.ବି.ଆର.ଆମ୍ବେଦକରଙ୍କ ୧୨୫ ତମ ବାର୍ଷିକୀରେ ଜାରି କରାଯାଇଥିବା ମୁଦ୍ରା ।
୫. ଅନ୍ତର୍ଜାତୀୟ ଯୋଗ ଦିବସରେ ଜାରି କରାଯାଇଥିବା ମୁଦ୍ରା ।
୬. ମହାତ୍ମା ଗାନ୍ଧିଙ୍କ ଦକ୍ଷିଣ ଆଫ୍ରିକା ଗସ୍ତର ୧୦୦ ତମ ଦିବସ ପୂର୍ଣ୍ଣ ହେବା ଲକ୍ଷରେ ଜାରି କରାଯାଇଥିବା ମୁଦ୍ରା ।
୭. କାୟର ବୋର୍ଡର ଡାଇମଣ୍ଡ ଜୁବଲୀରେ ଜାରି କରାଯାଇଥିବା ମୁଦ୍ରା ।
୮. ବୈଷ୍ଣବ ଦେବୀ ସ୍ରାଇନ୍ ବୋର୍ଡର ରୋପ୍ୟ ଜୟନ୍ତୀ ଅବସରରେ ଜାରି କରାଯାଇଥିବା ମୁଦ୍ରା ।
୯. କନେକ୍ଟିଭିଟି ଏବଂ ଇନଫରମେଶନ୍ ଟେକ୍ନୋଲୋଜୀରେ ଅବସରରେ ଜାରି କରାଯାଇଥିବା ମୁଦ୍ରା ।
୧୦. ରିଜର୍ଭ ବ୍ୟାଙ୍କର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଜାରି କରାଯାଇଥିବା ମୁଦ୍ରା ।
୧୧. ସାର୍ ହୋମି ଜାହାଙ୍ଗୀର ଭାଭାଙ୍କ ଜନ୍ମତିଥିରେ ଜାରି କରାଯାଇଥିବା ମୁଦ୍ରା ।
୧୨. ବିବିଧତାରେ ଏକତା ଦର୍ଶାଉଥିବା ୧୦ ଟଙ୍କିଆ ମୁଦ୍ରା ।
୧୩. ଭାରତୀୟ ସଂସଦର ୬୦ ବର୍ଷ ପୂର୍ତ୍ତୀ ଅବସରରେ ଜାରି କରାଯାଇଥିବା ମୁଦ୍ରା ।
୧୪. ସାମାନ୍ୟ ୧୦ ଟଙ୍କିଆ ମୁଦ୍ରା ।