କନକ ବ୍ୟୁରୋ : ଗଣେଶ ବିସର୍ଜନ ବେଳେ ଅଘଟଣ । ପାଣିରେ ବୁଡ଼ି ଗଲା ୧୧ଜଣଙ୍କ ଜୀବନ । କିଛି ଲୋକଙ୍କ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ୪ ଜଣ ଯୁବକ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ସେହିପରି ସୋନିପତ ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ସମୟରେ ଜଣେ ଯୁବକ ଯମୁନା ନଦୀରେ ଭାସିଯାଇଥିବା ସୂଚନା ରହିଛି । ୟୁପିର ଉନ୍ନାବ ଜିଲ୍ଲାର ସନ୍ଥ କବୀର ନଗରରେ ମୂର୍ତ୍ତି ବିସର୍ଜନ ବେଳେ ୭ଜଣଙ୍କ ଜୀବନ ଯାଇଛି ।

Advertisment