ଦୀପାବଳି ବେଳେ ବାଲେଶ୍ୱରରେ ଅଘଟଣ: ବାଣ ଫୁଟାଇବା ହେଲା କାଳ, ବିଭିନ୍ନ ସ୍ଥାନରେ ବାଣ ଫୁଟି ୧୫ ଆହତ

134

କନକ ବ୍ୟୁରୋ: ଦୀପାବଳି ବେଳେ ବାଲେଶ୍ୱରରେ ଅଘଟଣ । ବାଲେଶ୍ୱର ଅଂଚଳର ବିଭିନ୍ନ ସ୍ଥାନରେ ବାଣ ଫୁଟି ୧୫ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତିନି ଗୁରୁତର କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ବାଣ ଫୁଟି କାହାର ହାତ ତ କାହାର ଆଖି ନଷ୍ଟ ହୋଇଯାଇଛି । ଗୋପାଳପୁର ଅଂଚଳର ୧୦ ବର୍ଷର ନାବାଳକର ହାତରେ ବାଣ ଫୁଟି ଗୁରୁତର ହୋଇଛନ୍ତି । ସେହିପରି ପାଣି ବୋମା ଫୁଟିବାରୁ ରଣସାହି ଅଂଚଳର ୧୩ ବର୍ଷର ନାବାଳକର ଆଖି ଓ ହାତ ପୋଡ଼ି ହୋଇଯାଇଛ । ଅନାର ଲଗାଉଥିବା ବେଳେ ପଚୁଡ଼ିଆ ଅଂଚଳର ମହିଳାଙ୍କ ଗୋଡ଼ ଏବଂ ନିଧିପଣ୍ଡା ଅଂଚଳର ନାବାଳକର ହାତ ଓ ଗୋଡ଼ ପୋଡ଼ି ହୋଇଯାଇଛି । ବଡ଼ କଥା ହେଉଛି, ବାରମ୍ବାର ସଚେତନ ସତ୍ୱେ କିଛି ଅମାନିଆଙ୍କ ଯୋଗୁଁ ଏଭଳି ଅଘଟଣ ଘଟୁଛି ।