ଗଜାନନଙ୍କ ବିସର୍ଜନରେ ମୁମ୍ବାଇରେ ଏକାଧିକ ଅଘଟଣ- ପାଣିରେ ବୁଡି ଗଲା ୧୫ ଜୀବନ

119

କନକ ନ୍ୟୁଜ୍: ଗଜାନନଙ୍କ ବିସର୍ଜନ ସମୟରେ ରବିବାର ଏକାଧିକ ସ୍ଥାନରେ ଅଘଟଣ ଘଟି ୧୫ଜଣଙ୍କ ଜୀବନ ଯାଇଛି । ମୁମ୍ବାଇ ଭର୍ସୋଭା ବେଳାଭୂମିରେ ଠାକୁରଙ୍କୁ ବିସର୍ଜନ ବେଳେ ବୁଡ ପକାଇବାବେଳେ ୫ଜଣ ଶିଶୁ ପାଣିରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ସେହିପରି ଉତ୍ତରପ୍ରଦେଶ ବାରାବଙ୍କିରେ ମୂର୍ତ୍ତି ବିସର୍ଜନ ସମୟରେ କଳ୍ୟାଣୀ ନଦୀରେ ୫ଜଣ ବୁଡିଯାଇଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ ଥିବା ଜଣାପଡିଛି ।ସେହିପରି ଭିଣ୍ଡ୍ ଇଲାକାରେ ଠାକୁର ବିସର୍ଜନ କରିବା ସମୟରେ ପୋଖରୀରେ ବୁଡି ୪ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଥିରୁ ୨ଜଣ ଯାଁଳା ଭାଇ ଅଛନ୍ତି । ସମସ୍ତ ମୃତକଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ । ସେହିପରି ମଧ୍ୟପ୍ରଦେଶ ରାଜଗଡରେ ମଧ୍ୟ ବିସର୍ଜନ ସମୟରେ ପାଣିରେ ବୁଡି ୧୮ ବର୍ଷ ବାଳକର ମୃତ୍ୟୁ ହୋଇଛି । ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ପାଣିରେ ବୁଡଇଥିବାବେଳେ ସାମାନ୍ୟ ଖାଲ ସ୍ଥାନ ଏବେ ମରଣଯନ୍ତା ପାଲଟୁଛି । ଫଳରେ ପାଣିରେ ବୁଡି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।