କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ କରେଣ୍ଟ ଲାଗି ୧୫ ଜଣଙ୍କ ମୃତ୍ୟୁ । ଟ୍ରାନ୍ସଫର୍ମର ଫାଟିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ନମାମୀ ଗଙ୍ଗେ ପ୍ରୋଜେକ୍ଟ କାମ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ଆହତଙ୍କୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Advertisment

ମୃତକଙ୍କ ମଧ୍ୟରେ ଜଣେ ସବ-ଇନ୍ସପେକ୍ଟର ଓ ପାଞ୍ଚ ଜଣ ହୋମଗାର୍ଡ ରହିଛନ୍ତି । ନମାମୀ ଗଙ୍ଗେ ପ୍ରୋଜେକ୍ଟ ଅଞ୍ଚଳରେ ଅଳକାନନ୍ଦୀ ନଦୀ ତଟରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ପ୍ରାଥମିକ ତଦନ୍ତ ଅନୁସାରେ ଟ୍ରାନ୍ସଫର୍ମରର ରେଲିଂରେ ବିଦ୍ୟୁତ ପ୍ରବାହ ହେଉଥିବା ସୂଚନା ଦେଇଛନ୍ତି ଉତରାଖଣ୍ଡର ଅତିରିକ୍ତ ପୋଲିସ ଡିଜି । ତେବେ ଏ ଅଘଟଣ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।